Monday, September 28, 2026
24.7 C
Odisha

    ୨୫ବର୍ଷ ପରେ ଭାରତ ଫେରିଲେ ମମତା କୁଲକର୍ଣ୍ଣି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବଲିଉଡର ଅଭିନେତ୍ରୀ ମମତା କୁଲକର୍ଣ୍ଣି ଅନେକ ସଫଳ ସିନେମାରେ ଅଭିନୟ କରିଛନ୍ତି।  ମମତାଙ୍କ କ୍ୟାରିୟର ଶୀର୍ଷରେ ଥିବା ବେଳେ ହଠାତ ତାଙ୍କର ନିଷ୍ପତ୍ତି ସମସ୍ତଙ୍କୁ ଚିକିତ କରି ଦେଇଥିଲା। ସେ ଅଭିନୟରୁ ଦୂରେଇ ଯାଇ ଭାରତ ଛାଡ଼ି ଦେଇଥିଲେ। କିଛିଦିନ ପରେ ମମତା କୁଲକର୍ଣ୍ଣିଙ୍କୁ ସ୍ବାଧୀ ବେଶରେ ଦେଖିବାକୁ ମିଳିଥିଲା।ଅଭିନେତ୍ରୀ ମମତା କୁଲକର୍ଣ୍ଣି ଦୀର୍ଘ ଦୀର୍ଘ ୨୫ବର୍ଷ ପରେ ଭାରତ ଫେରି ଆସିବା ଖବର ପାଇବା ପରେ ତାଙ୍କ ଫ୍ୟାନ୍ସମାନେ ଖୁବ ଖୁସି ହୋଇଯାଇଥିଲେ। ୨୦୨୪ ଡିସେମ୍ବରରେ ମମତା କୁଲକର୍ଣ୍ଣିଙ୍କୁ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା।  ଅଭିନେତ୍ରୀଙ୍କୁ ଦୀର୍ଘବର୍ଷ ପରେ ଦେଖି ତାଙ୍କ ଫ୍ୟାନ୍ସମାନେ ଆଶାବାନ୍ଧି ଦେଇଥିଲେ କି ଆଗାମୀ ବିଗବସ ୧୮ରେ ପ୍ରବେଶ ପାଇଁ ବୋଧ ହୁଏ କୁଲକର୍ଣ୍ଣିଂ ଭାରତ ଫେରିଛନ୍ତି।

    ଏସମସ୍ତ ଗୁଜବକୁ ଖଣ୍ଡ କରି ମମତା ପ୍ରତିକ୍ରିୟା ଦେଇ କହିଛନ୍ତି, ‘ ମୁଁ ପ୍ରୟାଗରାଜର ୨୦୨୫ ମହାକୁମ୍ଭରେ ସାମିଲ ହେବା ପାଇଁ ଭାରତ ଆସିଛି।’

    ୨୦୦୦ ମସିହାରେ ମମତା କୁଲକର୍ଣ୍ଣି ମୁମ୍ବାଇ ସହିତ ଭାରତ ଛାଡ଼ି ଚାଲି ଦେଇଥିଲେ। ଭାରତ ଫେରିବା ପରେ କୁଲକର୍ଣ୍ଣି ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି କହିଛନ୍ତି, ‘ଭାରତ ମାଟିରେ ପାଦ ଦେଇ ମୁଁ ଖୁବ ଖୁସି। ସମସ୍ତଙ୍କୁ ମୋର ନମସ୍କାର। ମୁଁ ମମତା କୁଲକର୍ଣ୍ଣି ଭାରତକୁ ୨୫ବର୍ଷ ଫେରିଛି। ଭାବୁକ ହୋଇଯାଉଛି। ମନର ଭାବନାକୁ କେମିତି ପ୍ରକାଶ କରିବି ଜାଣି ପାରୁ ନାହିଁ।’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    86 %
    1.6kmh
    4 %
    Mon
    25 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ