Thursday, September 24, 2026
24 C
Odisha

    ୨୫ଲକ୍ଷ ୧୧ଜଣ ମହିଳାଙ୍କ ଆକାଉଣ୍ଟକୁ ଗଲା ସୁଭଦ୍ରା ଟଙ୍କା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ବହୁ ପ୍ରତିକ୍ଷିତ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭୁବନେଶ୍ବର ଜନତା ମଇଦାନରେ ପ୍ରଧାମନ୍ତ୍ରୀ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବା ପରେ ମହିଳାଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ଟଙ୍କା ଯାଇଛି। ଆଜି ପ୍ରାୟ ୨୫ଲକ୍ଷ ୧୧ଜଣ ମହିଳାଙ୍କ ଆକାଉଣ୍ଟକୁ ୪,୯୯୯ ଲେଖାଏଁ ଟଙ୍କା ଯାଇଛି। ପୂର୍ବରୁ ଆକାଉଣ୍ଟକୁ ୧ ଟଙ୍କା ଲେଖାଏଁ ଯାଇଥିଲା। ହିତାଧିକାରୀଙ୍କ ଆକାଉଣ୍ଟକୁ ୧୨୫୦କୋଟି ୫୫ହଜାର ଟଙ୍କା ଯାଇଥିବା ଜଣାପଡିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନ ୧୧ଟା ସମୟରେ ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିଥିଲେ। ଏହାପରେ ସିଧା ସଳଖ ମଞ୍ଚେଶ୍ୱର ଗାଡ଼କଣ ଯାଇଥିଲେ। ସେଠାରେ ସୁଭଦ୍ରା ହିତାଧିୀକାରୀମାନଙ୍କ ସହ ଆଲୋଚନା କରିବା ପରେ ଗାଡ଼କଣରେ ଆବାସ ହିତାଧିକାରୀଙ୍କୁ ଗୃହ ପ୍ରବେଶ କରାଇଥିଲେ। ଗାଡ଼କଣରେ ପିଏମ ଆବାସ ଯୋଜନାର କିସ୍ତି ବାଣ୍ଟିବା ସହ ହିତାଧିକାରୀଙ୍କୁ ଘର ଚାବି ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ସେ ପିଏମ୍ ଆବାସ ଯୋଜନାର ହିତାଧିକାରୀ ଅନ୍ତର୍ଯ୍ୟାମୀ ନାୟକଙ୍କ ଘରେ ପ୍ରସ୍ତୁତ ହୋଇଥିବା କ୍ଷୀରି ଖାଇଥିଲେ। ମୋଦୀ କିଛି ସମୟ ପାଇଁ ଅନ୍ତର୍ଯ୍ୟାମୀ ଙ୍କ ଘରକୁ ଯାଇ ପରିବାର ଲୋକଙ୍କ ସହ ଆଲୋଚନା କରିବା ସହ ଛୋଟ ଛୁଆଙ୍କ ମୁଣ୍ଡରେ ହାତ ମାରିଥିଲେ। ସେଠାରେ ସେ ପୂଜାର୍ଚ୍ଚନା ବି କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    24 ° C
    24 °
    24 °
    99 %
    2.5kmh
    100 %
    Wed
    24 °
    Thu
    24 °
    Fri
    28 °
    Sat
    29 °
    Sun
    26 °

    ସମ୍ବନ୍ଧିତ