Sunday, April 12, 2026
39 C
Odisha

    ୬ ଦିନିଆ ବ୍ରିଟେନ ଗସ୍ତରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଗତକାଲି ଠାରୁ ୬ଦିନିଆ ବ୍ରିଟେନ ଓ ଆୟର୍ଲାଣ୍ଡ ଗସ୍ତ କରିଛନ୍ତି। ଜୟଶଙ୍କର ପ୍ରଥମ ପର୍ଯ୍ୟାୟରେ ବ୍ରିଟେନ ଗସ୍ତ କରିଛନ୍ତି। ଏହି ଗସ୍ତ କାଳରେ ସେ ବ୍ରିଟେନ ପ୍ରଧାନମନ୍ତ୍ରୀ କୈର ଷ୍ଟାର୍ମରଙ୍କ ସହିତ ଉଚ୍ଚସ୍ତରୀୟ ଜରୁରୀ ବୈଠକରେ ଯୋଗ ଦେବେ। ଏହି ବୈଠକରେ ୟୁରୋପୀୟ ୟୁନିୟନର ନେତାମାନେ ମଧ୍ୟ ଯୋଗ ଦେବେ ଯେଉଁଥିରେ ରୁଷ୍-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ ଆଲୋଚନା କରାଯିବ। ବିଶେଷକରି ଯୁଦ୍ଧରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଡେମିର ଜେଲେନସ୍କିଙ୍କ ପ୍ରତି ସମର୍ଥନ ବ୍ୟକ୍ତ ଲାଗି ଭାରତ ସହିତ ବ୍ରିଟେନ ପ୍ରଧାନମନ୍ତ୍ରୀ ଷ୍ଟାର୍ମର ଆଲୋଚନା କରିବେ। ଯୁଦ୍ଧ ବନ୍ଦକୁ ନେଇ ୟୁକ୍ରେନ ରାଷ୍ଟ୍ରପତିଙ୍କ ସହିତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଲୋଚନା ବେଳେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଟ୍ରମ୍ପଙ୍କ ସହିତ ଜେଲେନସ୍କିଙ୍କ ବିବାଦ ପରେ ରୁଷ୍‌-ୟୁକ୍ରେନ ଯୁଦ୍ଧ ଏବେ ଏକ ବଡ କୂଟନୈତିକ ପ୍ରସଙ୍ଗ ପାଲଟିଛି। ଯୁଦ୍ଧ ବ୍ୟତୀତ ବାଣିଜ୍ୟ, ପ୍ରତିରକ୍ଷା, ସୁରକ୍ଷା, ଶିକ୍ଷା, ସ୍ବାସ୍ଥ୍ୟ ଭଳି ବିଭିନ୍ନ ପ୍ରସଙ୍ଗରେ ଜୟଶଙ୍କର ବ୍ରିଟେନ ପ୍ରତିପକ୍ଷ ଡାଭିଡ୍ ଲାମି ଓ ଅନ୍ୟ ପ୍ରତିନିଧି ମଣ୍ଡଳୀଙ୍କ ସହିତ ଆଲୋଚନା କରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    9 %
    3.5kmh
    0 %
    Sun
    39 °
    Mon
    42 °
    Tue
    42 °
    Wed
    43 °
    Thu
    44 °

    ସମ୍ବନ୍ଧିତ