Tuesday, September 29, 2026
23.6 C
Odisha

    ଅଜଣା ଗାଡି ଧକ୍କାରେ ବାପା-ପୁଅ ମୃତ

    ଆଗକୁ ପଢନ୍ତୁ

    କନ୍ଧମାଳ : ଅଜଣା ଗାଡି ଧକ୍କାରେ ଚାଲିଗଲା ବାପା-ପୁଅଙ୍କ ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡାରେ। ସୂଚନା ଅନୁଯାୟୀ ରବିବାର ବିଳମ୍ବିତ ରାତିରେ ବାଲିଗୁଡା ଥାନା ସିର୍ଶୀପାଙ୍ଗା ଗାଁର ହେମ କହଁର ଏବଂ ପୁଅ ନୀଳକଣ୍ଠ କହଁର ବାଇକ୍ ଯୋଗେ ରାଇପଙ୍ଗା ଗାଁକୁ ଯାଇଥିଲେ। ଫେରିବା ସମୟରେ ଗାଲିଗୁରା ଘାଟିରେ ଏକ ଅଜଣା ଗାଡି ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହେମ କହଁରଙ୍କର ମୃତ୍ୟୁ ଘଟିଥିଲା। ଏବଂ ପୁଅ ନୀଳକଣ୍ଠଙ୍କୁ ଗୁରୁତର ଅବସ୍ଥାରେ ବାଲିଗୁଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ଫୁଲବାଣୀ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    88 %
    1.6kmh
    5 %
    Mon
    24 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ