Thursday, May 21, 2026
35 C
Odisha

    ଅବତରଣ ବେଳେ ଟଳିଲା ବଡ଼ ବିମାନ ଦୁର୍ଘଟଣା, ବର୍ତ୍ତିଲେ ୧୮୧ ଯାତ୍ରୀ

    ଆଗକୁ ପଢନ୍ତୁ

    ବେଙ୍ଗାଲୁରୁ : ବେଙ୍ଗାଲୁରୁ ଏୟାରପୋର୍ଟରେ ଟଳିଲା ବଡ଼ ଦୁର୍ଘଟଣା । ଦିଲ୍ଲୀରୁ ବେଙ୍ଗାଲୁରୁ ଆସିଥିବା ଏୟାର ଇଣ୍ଡିଆ ଟେଲ୍ ଷ୍ଟ୍ରାଇକର ଶିକାର ହୋଇଥିଲା । ତେବେ ବିମାନଟି ସୁରକ୍ଷିତ ଅବତରଣ କରିଯାଇଛି । ସମସ୍ତ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ବିମାନରୁ ଓହ୍ଲାଇଛନ୍ତି । ବିମାନବନ୍ଦରରେ ଟେଲ ଷ୍ଟ୍ରାଇକ୍ ପରେ ଯାଞ୍ଚ ପାଇଁ ଏୟାର ଇଣ୍ଡିଆ ବିମାନ ଏଆଇ ୨୬୫୧କୁ ଗ୍ରାଉଣ୍ଡେଡ କରିଦିଆଯାଇଛି । ତେଣୁ ବିମାନର ଦିଲ୍ଲୀ ଫେରସ୍ତ ଉଡାଣ ବାତିଲ ହୋଇଛି ।

    ଏୟାର ଇଣ୍ଡିଆ ଫ୍ଲାଇଟ୍ ଏଆଇ୨୬୫୧ ଏକ ଏ-୩୨୦ ସିରିଜର ନାରୋବଡି ଏୟାର ବସ୍ ବିମାନ ଟେଲଷ୍ଟ୍ରାଇକ୍ ଶିକାର ହୋଇଥିଲା । ବିମାନଟି ଟେକଅଫ ଅଥବା ଲ୍ୟାଣ୍ଡିଂ କାଳରେ ରନୱେ ସହ ଘଷି ହେବାକୁ ଟେଲ୍ ଷ୍ଟ୍ରାଇକ କୁହାଯାଏ । ତେବେ ବିମାନଟି ଟେଲ୍ ଷ୍ଟ୍ରାଇକ ହେବା ପରେ ଗ୍ରାଉଣ୍ଡେଡ୍ କରାଯାଇଛି । ଆଉ ଦିଲ୍ଲୀକୁ ଯିବାକୁ ଥିବା ଯାତ୍ରୀଙ୍କ ପାଇଁ ଅନ୍ୟ ବିକଳ୍ପ ଯୋଗାଇ ଦେବ ବୋଲି ଟାଟା ଗ୍ରୁପ ଚାଳିତ ଏୟାରଲାଇନ୍ସ ତରଫରୁ ଆଶ୍ବାସନା ଦିଆଯାଇଛି ।

    ଏୟାରଇଣ୍ଡିଆ ମୁଖପାତ୍ର କହିଛନ୍ତି ଯେ, ଉପୁଜିଥିବା ଅସୁବିଧା ପାଇଁ ଆମେ ଦୁଃଖିତ । ଆମ ଯାତ୍ରୀ ଓ ଚାଳକଦଳ ସଦସ୍ୟଙ୍କ ସୁରକ୍ଷା ଆମର ପ୍ରମୁଖ ପ୍ରାଥମିକତା । ବିମାନରେ ୧୮୧ ଜଣ ଯାତ୍ରୀ ରହିଥିଲେ । ସମସ୍ତଙ୍କୁ ସୁରକ୍ଷିତ ଓହ୍ଲାଇ ଦିଆଯାଇ ସେମାନଙ୍କ ପାଇଁ ଅନ୍ୟ ବିକଳ୍ପ ବ୍ୟବସ୍ଥା କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    35 ° C
    35 °
    35 °
    24 %
    2.8kmh
    6 %
    Thu
    33 °
    Fri
    45 °
    Sat
    45 °
    Sun
    45 °
    Mon
    46 °

    ସମ୍ବନ୍ଧିତ