Monday, July 6, 2026
23.9 C
Odisha

    ବଢ଼ିଲା ବିଜେପି ନେତା ଅରିନ୍ଦମଙ୍କ ଅଡ଼ୁଆ, ସାମ୍ବାଦିକ ସଂଘ ପକ୍ଷରୁ ଥାନାରେ ମାମଲା ରୁଜୁ

    ଆଗକୁ ପଢନ୍ତୁ

    କଟକ : ବଢ଼ିଲା ବିଜେପି ନେତା ଅରିନ୍ଦମଙ୍କ ଅଡ଼ୁଆ । କଟକ ବାଦାମବାଡ଼ି ଥାନାରେ ଅରିନ୍ଦମ ରାୟଙ୍କ ନାଁରେ ସାମ୍ବାଦିକ ସଂଘ ପକ୍ଷରୁ ମାମଲା ରୁଜୁ ହୋଇଛି । ସୋସିଆଲ ମିଡିଆରେ ଦେଇଥିବା ମନ୍ତବ୍ୟକୁ ନେଇ କଟକ ସାମ୍ବାଦିକ ୟୁନିୟନ ପକ୍ଷରୁ ଥାନରେ ଅଭିଯୋଗ କରାଯାଇଛି । ଅରିନ୍ଦମଙ୍କ କୁଶ ପୁତ୍ତଳିକା ମଧ୍ୟ ଦାହ କରାଯାଇଛି । ଦୁର୍ବ୍ୟବହାର ପରେ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଥିଲେ ଅରିନ୍ଦମ ।

    ଚାରଣି, ଆଠଣି ଭଳ ଖୁଚୁରା ପଇସା ଓ ଚାଉଳ ଦେଖାଇ ଅରିନ୍ଦମଙ୍କୁ ପ୍ରତିବାଦ କରାଯାଇଥିଲା । ଟାଙ୍ଗୀ ବ୍ଳକ ଅଫିସ ଆଗରେ ଗତକାଲି ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳଥିଲା । ୧୫ ତାରିଖରେ ଟାଙ୍ଗୀ ଏବିଡିଓଙ୍କୁ ଦୁର୍ବ୍ୟବହାର କରିଥିଲେ ଅରିନ୍ଦମ । ଯାହାକୁ ନେଇ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଥିଲେ । ହାଇଡ୍ରାମା ପରେ ଗତକାଲି ଗତକାଲି ବ୍ଳକ କାର୍ଯ୍ୟାଳୟରେ ପହଞ୍ଚି ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । .

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    heavy intensity rain
    23.9 ° C
    23.9 °
    23.9 °
    93 %
    6.6kmh
    100 %
    Sun
    24 °
    Mon
    24 °
    Tue
    28 °
    Wed
    30 °
    Thu
    31 °

    ସମ୍ବନ୍ଧିତ