Monday, October 12, 2026
22.3 C
Odisha

    ଆକ୍ସନ ପ୍ଲାନ ମାଗିଲା ଜାତୀୟ ଆୟୁଷ ମିଶନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର :  ଆୟୁଷ ବିକାଶକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଗୁରୁତ୍ବ ଦେଉଛନ୍ତି। ସେହି ଆଧାରରେ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଛି। ବିଶେଷକରି ନୂଆ ଡିସ୍‌ପେନସାରୀ ସହିତ ଆୟୁଷ ଭେଷଜ ମହାବିଦ୍ୟାଳୟ ଖୋଲିବା ଯୋଜନା କରାଯାଇଛି। ଏହାରି ଭିତରେ ଜାତୀୟ ଆୟୁଷ ମିଶନ (ନାମ୍‌) ପକ୍ଷରୁ ରାଜ୍ୟର ବାର୍ଷିକ ଆକ୍ସନ ପ୍ଲାନ (ସାପ୍‌) ଦେବା ପାଇଁ କୁହାଯାଇଛି। କୋ-ଲୋକେଟେଡରୁ ନେଇ ବର୍ତ୍ତମାନ ଆୟୁଷରେ କ’ଣ ସବୁ ସୁବିଧା ବା ବ୍ୟବସ୍ଥା ରହିଛି ତାହାର ତଥ୍ୟ ପ୍ରଦାନ କରିବା ନିମନ୍ତେ ନାମ୍‌ ପକ୍ଷରୁ ଚିଠି କରାଯାଇଛି।

    ୨୦୨୬-୨୭ ବର୍ଷ ପାଇଁ ରାଜ୍ୟରେ ଆୟୁଷ ବ୍ୟବସ୍ଥାର ବାର୍ଷିକ ଆକ୍ସନ ପ୍ଲାନ‌ ତଥ୍ୟ ଦେବାକୁ ଚିଠିରେ ଦର୍ଶାଯାଇଛି। ବିଶେଷକରି ୧୪୮୫ ଆୟୁଷ କେନ୍ଦ୍ର ସହିତ କାର୍ଯ୍ୟ କରୁଥିବା ଡାକ୍ତରଙ୍କଠାରୁ ନେଇ ବର୍ଷତମାମ ଆୟୁଷ ପାଇଁ କ’ଣ ଯୋଜନା କରାଯାଇଛି ତାହାକୁ ଜିଓ ଟ୍ୟାଗ ଫଟୋ ସହିତ ଗୁଗଲ୍ ସିଟ୍ ଜରିଆରେ ୱେବସାଇଟରେ ଅପଲୋଡ କରାଯିବ। ଏହାଦ୍ବାରା ପରବର୍ତ୍ତୀ ସମୟରେ ପାଣ୍ଠିର ସୁବ୍ୟବସ୍ଥା କରାଯାଇପାରିବ। ଅନ୍ୟପକ୍ଷରେ ରାଜ୍ୟରେ ଥିବା ପ୍ରାୟ ୧୧୯୦ ଆୟୁଷ ଡିସ୍‌ପେନସାରୀରେ ବାୟୋମେଟ୍ରିକ ବ୍ୟବସ୍ଥା କରାଯିବ। ଏବେ ରାଜ୍ୟରେ ଆୟୁଷକୁ ଗୁରୁତ୍ବ ଦିଆଯାଇ ଅନେକ ନୂଆ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଥିବାବେଳେ ଆଗକୁ ଉତ୍ତମ ଚିକିତ୍ସା ସେବା ସହିତ ପାଠ୍ୟକ୍ରମ କ୍ଷେତ୍ରରେ ଉନ୍ନତି ଆଣିବାକୁ ନିଷ୍ପତ୍ତି ନିଆଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.3 ° C
    22.3 °
    22.3 °
    82 %
    1.3kmh
    0 %
    Sun
    22 °
    Mon
    29 °
    Tue
    30 °
    Wed
    30 °
    Thu
    30 °

    ସମ୍ବନ୍ଧିତ