Sunday, November 1, 2026
23.4 C
Odisha

    ବଦଳିବ ଓଡ଼ିଶାର ବିଭିନ୍ନ ସ୍ଥାନର ଇଂରାଜୀ ନାମ : ଡ. ଅରବିନ୍ଦ ପାଢୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବ‌ର : ବଦଳିବ ଓଡ଼ିଶାର ବିଭିନ୍ନ ସ୍ଥାନର ଇଂରାଜୀ ନାମ । ବ୍ରିଟିଶ୍ ଶାସନ କାଳରୁ ପ୍ରଚଳିତ ଭୁଲ୍ ନାମକରଣର ହେବ ସଂଶୋଧନ। ମୂଳ ଓଡ଼ିଆ ନାମର ହେବ ପୁନରୁଦ୍ଧାର। ନାମ ପରିବର୍ତ୍ତନ ପାଇଁ ପ୍ରସ୍ତାବ ପଠାଇବା ନିମନ୍ତେ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ। ଇରାଜୀ ନାମ ପରିବର୍ତ୍ତେ ପ୍ରାମାଣିକ ଓଡିଆ ନାମ ବ୍ୟବହାର କରାଯିବ।

    ଏହି ପ୍ରସଙ୍ଗରେ ପୂର୍ବରୁ ସମସ୍ତ ଜିଲ୍ଲାପାଳଙ୍କ ଠାରୁ ଏକ ବିସ୍ତୃତ ରିପୋର୍ଟ ମଗାଯାଇଥିଲା। ଏପର୍ଯ୍ୟନ୍ତ ୧୩ଟି ଜିଲ୍ଲାରୁ ଏହି ସମ୍ପର୍କିତ ସୂଚନା ଆସିଛି। ପ୍ରାପ୍ତ ରିପୋର୍ଟଗୁଡିକର ତାଲିକା ଉପରେ, ବିଧାୟକ ଓ ସାଂସଦମାନଙ୍କର ଏବଂ ସାଧାରଣ ଜନତାଙ୍କର ମତ ନିଆଯାଇଥିଲା। ତଦନୁସାରେ, ଏହି ବିଷୟରେ ବିଭିନ୍ନ ନୂତନ ପ୍ରସ୍ତାବ ମଧ୍ୟ ମିଳିଛି । ତେବେ ପୂର୍ବରୁ ପ୍ରଦାନ କରାଯାଇଥିବା ରିପୋର୍ଟକୁ ପୁନଃ ପରୀକ୍ଷଣ କରି, ନୂତନ ପ୍ରସ୍ତାବ ସହ ସାତ ଦିନ ଭିତରେ ବିଭାଗକୁ ପ୍ରେରଣ କରିବାକୁ ଏହି ପତ୍ରରେ ଜିଲ୍ଲାପାଳଙ୍କୁ ଜଣାଯାଇଛି। ଖୁବ୍ ଶୀଘ୍ର ଏ ସମ୍ପର୍କିତ ରିପୋର୍ଟ୍ ପ୍ରସ୍ତୁତ କରାଯାଇ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ ବୋଲି ରାଜସ୍ୱ ସଚିବ ଡ. ପାଢୀ ସୂଚନା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.4 ° C
    23.4 °
    23.4 °
    92 %
    0.2kmh
    17 %
    Sun
    28 °
    Mon
    25 °
    Tue
    28 °
    Wed
    26 °
    Thu
    27 °

    ସମ୍ବନ୍ଧିତ