ଭୁବନେଶ୍ୱର : ଆଜି ଆସିବ ‘ସୁଭଦ୍ରା’ ଟଙ୍କା । ହିତାଧିକାରୀଙ୍କୁ ମିଳିବ ପଞ୍ଚମ କିସ୍ତି । କୋଟିଏରୁ ଅଧିକ ହିତାଧିକାରୀଙ୍କ ଖାତାକୁ ଯିବ ୫ ହଜାର ଟଙ୍କା । ରାକ୍ଷୀ ପୂର୍ଣ୍ଣିମା ଅବସରରେ ଆଜି ରାଜ୍ୟର ୧ କୋଟି ୩ ଲକ୍ଷ ୨୬ ହଜାର ୧୬୨ ଜଣ ହିତାଧିକାରୀଙ୍କୁ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କରାଯିବ । ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ୫ ହଜାର ଟଙ୍କା ଯିବ । ନୟାଗଡ଼ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି କିସ୍ତି ପ୍ରଦାନ ପ୍ରକ୍ରିୟାର ଶୁଭାରମ୍ଭ କରିବେ।
ଏହାପରେ DBT ବ୍ୟବସ୍ଥାରେ ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ । ଏଥର ୨ ଲକ୍ଷ ୨୧ ହଜାର ୫୪ ଜଣ ହିତାଧିକାରୀ ପ୍ରଥମଥର ପାଇଁ ‘ସୁଭଦ୍ରା’ ସହାୟତା ପାଇବେ । ପୂର୍ବରୁ ସେମାନଙ୍କୁ ମିଳିନଥିବା କିସ୍ତି ସହ ବର୍ତ୍ତମାନର କିସ୍ତିକୁ ମିଶାଇ ଏକକାଳୀନ ୨୫ ହଜାର ଟଙ୍କା ପ୍ରଦାନ କରାଯିବ । ଅନ୍ୟ ଯୋଗ୍ୟ ହିତାଧିକାରୀମାନେ ପଞ୍ଚମ କିସ୍ତି ବାବଦରେ ୫ ହଜାର ଟଙ୍କା ପାଇବେ । ପାଞ୍ଚ ବର୍ଷରେ ଜଣେ ଯୋଗ୍ୟ ହିତାଧିକାରୀ ମୋଟ ୫୦ ହଜାର ଟଙ୍କା ପାଇବାର ବ୍ୟବସ୍ଥା ରହିଛି। ପୂର୍ବ କିସ୍ତିଗୁଡ଼ିକ ପ୍ରଦାନ ପରେ ଏବେ ରାକ୍ଷୀ ପୂର୍ଣ୍ଣିମାରେ ପଞ୍ଚମ କିସ୍ତି ପ୍ରଦାନ କରାଯାଉଛି । ନୂଆ କରି ଯୋଗ୍ୟ ହୋଇଥିବା ହିତାଧିକାରୀଙ୍କୁ ବକେୟା କିସ୍ତି ସହ ଅର୍ଥ ପ୍ରଦାନ କରାଯିବ ।
