Monday, October 19, 2026
21.6 C
Odisha

    ଆଜି ପବିତ୍ର ଶୀତଳ ଷଷ୍ଠୀ: ମହାଦେବ ସାଜିବେ ବର, ମାତା ପାର୍ବତୀ ସାଜିବେ କନିଆ

    ଆଗକୁ ପଢନ୍ତୁ

    ଭଦ୍ରକ   :   ଆଜି ପବିତ୍ର ଶୀତଳଷଷ୍ଠୀ । ପ୍ରତ୍ୟେକ ପ୍ରସିଦ୍ଧ ଶୈବପୀଠ ମାନଙ୍କରେ ଦେଖାଦେଇଛି ଚଳଚଞ୍ଚଳ। ଦେବଦେବ ମହାଦେବଙ୍କ ବିବାହ ଉତ୍ସବ । ମହାଦେବ ସାଜିବେ ବର । ମାତା ପାର୍ବତୀ ସାଜିବେ କନିଆ । ସମ୍ପୂର୍ଣ୍ଣ ବୈଦିକ ରୀତିନୀତିରେ ଅନୁଷ୍ଠିତ ହେବ ବିବାହ । ଏଥିପାଇଁ ଭଦ୍ରକର ପ୍ରସିଦ୍ଧ ଆରଡ଼ି ପୀଠ ଚଳଚଞ୍ଚଳ ।  ଶିବବିବାହକୁ ବେଶ ଜାକଜମକରେ ପାଳନ କରିବାକୁ ପ୍ରସ୍ତୁତି ଚୂଡ଼ାନ୍ତ । ସୁନ୍ଦର ଆଲୋକ ମାଳରେ ସଜେଇ ହୋଇଛି ଆରଡ଼ି ପୀଠ। ମନ୍ଦିର ବେଢା ଓ ବେଢା ପରିସରକୁ ଫୁଲରେ ବେଶ ଆକର୍ଷଣୀୟ ଭାବେ ସଜାଯାଇଛି ।

    ନୀତିନିର୍ଘଣ୍ଟ ଅନୁସାରେ ଦିନ ୧୦ଟାରେ ବରଧରା ଶୋଭାଯାତ୍ରା କନ୍ୟା ଘରୁ ବର କର୍ତ୍ତାଙ୍କ ଘର ଅଭିମୁଖେ ବାହାରିଛନ୍ତି। ସନ୍ଧ୍ୟା ୭ ଘଟିକାରେ ମହାଦେବ ବର ହୋଇ ବାହାରିବେ । ଏହି ବର ଶୋଭାଯାତ୍ରାରେ ସମସ୍ତ ଦେବ ଗଣ ସାମିଲ ହେବେ । ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ବିଭିନ୍ନ ପ୍ରକାରର ବାଦ୍ୟ ସହ ପାରମ୍ପରିକ କଳାକୃତ୍ୟ ପ୍ରଦର୍ଶନ କରାଯିବ। ହଜାର ହଜାର ଭକ୍ତ ମଧ୍ୟ ବରଯାତ୍ରୀ ଭାବେ ସାମିଲ ହେବେ। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯିବା ସହ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୧୦ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି। ଏହା ସହ ଭକ୍ତଙ୍କ ପାଇଁ ବିଭିନ୍ନ ସ୍ଥାନରେ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.6 ° C
    21.6 °
    21.6 °
    92 %
    1kmh
    54 %
    Mon
    30 °
    Tue
    30 °
    Wed
    30 °
    Thu
    29 °
    Fri
    29 °

    ସମ୍ବନ୍ଧିତ