Friday, June 27, 2025
25.4 C
Odisha

ଆଜି ବିଜେଡି ପାଳିବ ୨୮ ତମ ପ୍ରତିଷ୍ଠା ଦିବସ

ଆଗକୁ ପଢନ୍ତୁ

ଭୁବନେଶ୍ଵର : ଆଜି ବିଜେଡିର ୨୮ତମ ପ୍ରତିଷ୍ଠା ଦିବସ । ପ୍ରତି ନିର୍ବାଚନ ମଣ୍ଡଳୀରେ ପ୍ରତିଷ୍ଠା ଦିବସ ପାଳିବ ବିଜେଡି । ଶଙ୍ଖ ଭବନରେ ଆୟୋଜିତ ହୋଇଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ । ଏଥିରେ ସକାଳ ୧୧ଟାରେ ଯୋଗ ଯେଗାଦେବେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ୧୯୯୭ ମସିହାରେ ଗଠନ ହୋଇଥିଲା ପାର୍ଟି । ୨୦୦୦ ମସିହାରୁ ଦଳ ସରକାରରେ ରହି ଆସିଛି । ଏଥର କିନ୍ତୁ ନୂଆ ଭୂମିକା । ଏବେ ଦଳ ଆଗରେ ଅନେକ ଆହ୍ବାନ ରହିଛି । ପାର୍ଟିକୁ ମଜଭୁତ କରିବା ସହ ଆହୁରି ଚଳଚଞ୍ଚଳ କରିବାକୁ ଉଦ୍ୟମ ହେଉଛି । ଏଥିପାଇଁ ଦଳର ପ୍ରତିଷ୍ଠା ଦିବସରେ ନୂଆ ମନ୍ତ୍ର ଦେବେ ନବୀନ ।

ନୂଆବର୍ଷରେ ନୂଆ ରଣନୀତି ସହ ମଇଦାନକୁ ଓହ୍ଲାଇବ ବିଜେଡି । ଏହାର ମୂଳଦୂଆ ପ୍ରତିଷ୍ଠା ଦିବସରେ ପଡ଼ିବ ବୋଲି କୁହାଯାଉଛି । ପୂର୍ବରୁ ବିଜେପି ସରକାରଙ୍କ ବିଫଳତା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ଦଳୀୟ ପଦାଧିକାରୀଙ୍କୁ ଆହ୍ବାନ ଦେଇଥିଲେ ନବୀନ । ତେଣୁ ପ୍ରତିଷ୍ଠା ଦିବସରେ ବଡ଼ ବାର୍ତ୍ତା ଦେଇ କର୍ମୀଙ୍କ ମନୋବଳ ବଢ଼ାଇବା ସହ ନୂଆ ମାହୋଲ ସୃଷ୍ଟି କରିବେ ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
light rain
25.4 ° C
25.4 °
25.4 °
85 %
2.2kmh
100 %
Thu
25 °
Fri
29 °
Sat
32 °
Sun
31 °
Mon
29 °

ସମ୍ବନ୍ଧିତ