Sunday, September 20, 2026
25.3 C
Odisha

    ଆଜି ଭୁବନେଶ୍ୱର ପାଳିବ ୭୭ତମ ପ୍ରତିଷ୍ଠା ଦିବସ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆଜି ରାଜଧାନୀ ଭୁବନେଶ୍ୱରର ଜନ୍ମଦିନ। ଭୁବନେଶ୍ୱର ପାଳିବ ୭୭ତମ ପ୍ରତିଷ୍ଠା ଦିବସ। ସମସ୍ତ ସରକାରୀ ବିଭାଗ ସମେତ ବିଏମସି ଓ ୬୭ଟି ୱାର୍ଡରେ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିପାଇଁ ବିଏମସି ପକ୍ଷରୁ ପ୍ରତି ୱାର୍ଡକୁ ୨୫ ହଜାର ଟଙ୍କା ଲେଖାଏଁ ଦିଆଯାଇଛି। ୭୭ତମ ରାଜଧାନୀ ପ୍ରତିଷ୍ଠା ଦିବସ ୧୩ ଓ ୧୪ ଦୁଇଦିନ ପାଳିତ ହେବ।

    ୧୩ ତାରିଖ ସକାଳ କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସୌଧ ସମ୍ମୁଖସ୍ଥ ଶିଳାନ୍ୟାସ ଫଳକରେ ମୁଖ୍ୟ ଅତିଥି ଭାବେ ମାଲ୍ୟାର୍ପଣ କରିବେ ବାଚସ୍ପତି ସୁରମା ପାଢ଼ୀ ଓ ଅନ୍ୟାନ୍ୟ ଅତିଥି। ସେ ମଧ୍ୟ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଜୟଦେବ ଭବନରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଭୁବନେଶ୍ବର ମହାନଗର ନିଗମ ଦ୍ୱାରା ଆୟୋଜିତ ଫଟୋଚିତ୍ର ପ୍ରଦର୍ଶନୀର ଉଦ୍‌ଘାଟନ ହେବା ସହ ରବିନ୍ଦ୍ର ମଣ୍ଡପଠାରୁ ଜୟଦେବ ଭବନ ଛକ ପର୍ଯ୍ୟନ୍ତ ବେସାମରିକ ପ୍ୟାରେଡ଼୍ ପ୍ରଦର୍ଶନ କରାଯିବ। ସଂଧ୍ୟାରେ ଉତ୍କଳ ମଣ୍ଡପରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର ଅଧିବେଶନରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। କାର୍ଯ୍ୟକ୍ରମରେ ରାଜଧାନୀ ଗୌରବ ସମ୍ମାନ ପ୍ରଦାନ ସହ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯିବ। ଏଥିରେ ନିମନ୍ତ୍ରିତ ଅତିଥ୍ ଭାବେ ଯୋଗଦେବେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର, ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସାଂସଦ ଅପରାଜିତା ଷଢ଼ଙ୍ଗୀ, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ କୁମାର ରାଉତ, ବାବୁ ସିଂ, ବିଭୁତି ଭୂଷଣ ବଳବନ୍ତରାୟ, ମେୟର ସୁଲୋଚନା ଦାସ ଓ ଡେପୁଟି ମେୟର ମଞ୍ଜୁଲତା କହଁର।

    ସେହିପରି ୧୪ ତାରିଖ ଦିନ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟର କୃଷି ଶିକ୍ଷା ସଦନ ଠାରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଓଡ଼ିଆ ପକ୍ଷ’ ଉଦ୍‌ଯାପନ ଓ ‘୭୭ ତମ ରାଜଧାନୀ ପ୍ରତିଷ୍ଠା ଦିବସ ୨୦୨୫’ ଉପଲକ୍ଷେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଭୁବନେଶ୍ବର ମହାନଗର ନିଗମ ଏବଂ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ମିଳିତ ପ୍ରୟାସରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    25.3 ° C
    25.3 °
    25.3 °
    93 %
    1.5kmh
    12 %
    Sun
    26 °
    Mon
    30 °
    Tue
    28 °
    Wed
    29 °
    Thu
    24 °

    ସମ୍ବନ୍ଧିତ