Sunday, October 4, 2026
24.3 C
Odisha

    ଗର୍ଭବତୀ ମହିଳା ଅଧିକ ସମୟ ଫୋନ ବ୍ୟବହାର କରୁଛନ୍ତି କି, ହୋଇଯିବ ଗର୍ଭନଷ୍ଟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ସ୍ମାର୍ଟଫୋନର ବ୍ୟବହାର ଆଜିକା ଦିନରେ ବେଶ ବୃଦ୍ଧି ପାଇବାରେ ଲାଗିଛି। ଛୋଟ ପିଲାଠାରୁ ଆରମ୍ଭ କରି ବୁଢ଼ା ବୁଢ଼ୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଘାରିଛି ସ୍ମାର୍ଟ ଫୋନ ନିଶା। ଯଦିଓ ସ୍ମାର୍ଟ ଫୋନ ଅନେକ ଲୋକଙ୍କ ପାଇଁ ରୋଜଗାରର ମାଧ୍ୟମ ସାଜିଛି। ତଥାପି ଏହା ଦ୍ୱାରା ଅନେକ କ୍ଷତି ମଧ୍ୟ ହେଉଛି। ଛୋଟପିଲାଙ୍କ ଉପରେ ଏହି ସ୍ମାର୍ଟ ଫୋନ ଅଧିକ ପ୍ରଭାବ ପକାଉଥିବା ବେଳେ, ବିଶେଷ କରି ଗର୍ଭବତୀ ମହିଳାଙ୍କୁ ଏହି ଅଧିକ କ୍ଷତି ପହଞ୍ଚାଉଛି। ହଁ ସ୍ମାର୍ଟଫୋନ ଦ୍ୱାରା ଗର୍ଭବତୀ ମହିଳା ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

    ସ୍ମାର୍ଟଫୋନ ପ୍ରଭାବ: ସ୍ମାର୍ଟଫୋନ୍‌, ଲ୍ୟାପଟପ୍‌, ବ୍ଲୁଟୁଥ୍‌ ଆଦି ସୂଚନାପ୍ରଯୁକ୍ତି ଉତ୍ପାଦରୁ ବିକିରଣ ହେଉଥିବା ତରଙ୍ଗ ଗର୍ଭ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ ବୋଲି ଗବେଷକମାନେ ମତ ଦେଇଛନ୍ତି। ସ୍ମାର୍ଟଫୋନ୍‌ର ବହୁଳ ବ୍ୟବହାର ଯୋଗୁ ଗର୍ଭପାତ ସମସ୍ୟା ବଢ଼ୁଛି ବୋଲି ଜଣାପଡିଛି।ଗର୍ଭାବସ୍ଥାରେ ସ୍ମାର୍ଟଫୋନ୍‌ର ବ୍ୟବହାର ଦ୍ୱାରା ଗର୍ଭପାତ ସମସ୍ୟା ଦେଖା ଦେଇଥାଏ। ପ୍ରଥମେ ୯୧୩ ଗର୍ଭବତୀ ମହିଳାଙ୍କୁ ନେଇ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଥିଲା ଅଧିକ ସମୟ ଏସବୁ ଉତ୍ପାଦ ସହିତ ଜଡିତ ରହୁଥିବା ଗର୍ଭବତୀ ମହିଳାଙ୍କ ଗର୍ଭସ୍ଥ ଭୃଣ ଉପରେ ନନ୍‌-ଆୟୋନାଇଜିଂ ବିକିରଣର ପ୍ରଭାବ ପଡିଥାଏ।

    ଗର୍ଭ ନଷ୍ଟ: ଦିନରେ ୩ରୁ ୪ ଘଣ୍ଟା ସୂଚନା ପ୍ରଯୁକ୍ତି ଉତ୍ପାଦ ସହିତ ଜଡିତ ରହୁଥିବା ଗର୍ଭବତୀ ମା’ ମାନଙ୍କ ଉପରେ ମଧ୍ୟ ଏହାର ଖରାପ ପ୍ରଭାବ ପଡିଥାଏ ବୋଲି ଆମେରିକା ହେଲଥ୍‌ କେୟାର ଫାର୍ମର ଚର୍ମ ତତ୍ତ୍ୱ ବିଶେଷଜ୍ଞ ଡାକ୍ତର ଡେ- କୁନ୍‌ ଲି କହିଛନ୍ତି। ଗର୍ଭାବସ୍ଥାରେ ଏଭଳି ସ୍ଥିତିଠାରୁ ଦୂରେଇ ରହିବା ଉଚିତ୍। ଅଧିକ ସମୟଧରି ସ୍ମାର୍ଟଫୋନ୍‌ ବ୍ୟବହାର କରୁଥିବା ମହିଳା ମାନଙ୍କର ଯଦି ବା ଗର୍ଭପାତ ନ ହୁଏ ତେବେ ପରବର୍ତ୍ତୀ ସମୟରେ ଜନ୍ମ ଲାଭ କରୁଥିବା ଶିଶୁଠାରେ ମାନସିକ ବିକୃତି ଦେଖାଯିବାର ଆଶଙ୍କା ରହିଥାଏ ବୋଲି ଗବେଷକମାନେ କହିଛନ୍ତି। ହେଲେ ସ୍ମାର୍ଟ ଫୋନ ଗର୍ଭପାତର ମୂଳ କାରଣ ବୋଲି ରିସର୍ଚରୁ ଜଣା ପଡିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ