Sunday, November 1, 2026
25.6 C
Odisha

    ଆଜି ‘ରଜ ସଂକ୍ରାନ୍ତି’, ଦୋଳିରେ ଝୁମୁଛି ଓଡ଼ିଶା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରଜ ଦୋଳିରେ ଝୁମୁଛି ଓଡ଼ିଶା! । ପାରମ୍ପରିକ ଏବଂ ଅତି ପ୍ରିୟ ଗଣପର୍ବ ‘ରଜ’ ଏବେ ସାରା ରାଜ୍ୟରେ ବେଶ୍ ଜାକଜମକରେ ପାଳିତ ହେଉଛି । ଗତକାଲି ‘ପହିଲି ରଜ’ର ଉତ୍ସାହ ପରେ ଆଜି ‘ରଜ ସଂକ୍ରାନ୍ତି’ ରେ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ। ନାରୀତ୍ୱ, ସୃଜନଶୀଳତା ଏବଂ ଆଗାମୀ ବର୍ଷାର ଆଗମନକୁ ସ୍ୱାଗତ କରି ମା’ ବସୁନ୍ଧରାଙ୍କୁ ବିଶ୍ରାମ ଦେବାର ଏହି ଅନନ୍ୟ ପରମ୍ପରା ଓଡ଼ିଆ ସଂସ୍କୃତିର ଏକ ଶ୍ରେଷ୍ଠ ନିଦର୍ଶନ। ରାଜ୍ୟର କୋଣ ଅନୁକୋଣରେ ଝିଅ ଓ ମହିଳାମାନେ ନୂଆ ପୋଷାକ ପିନ୍ଧି, ପାଦରେ ଅଳତା ଲଗାଇ ସୁସଜ୍ଜିତ ରଜ ଦୋଳିରେ ଝୁଲୁଛନ୍ତି । ଏହା ସହିତ ରଜ ଗୀତ, ପୁଚି ଖେଳ ଏବଂ ସୁଆଦିଆ ପୋଡ଼ପିଠା, ମଣ୍ଡା, ଚକୁଳି ଓ ରଜ ପାନର ମଜା ନେଉଛନ୍ତି।

    ଜନତା ମଇଦାନରେ ‘ଇଣ୍ଟରନ୍ୟାସନାଲ୍ ରଜ ଉତ୍ସବ’ର ଆୟୋଜନ । ଜୁନ୍ ୧୭ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଗା ଇଭେଣ୍ଟରେ ବିଭିନ୍ନ ପ୍ରକାରର ଓଡ଼ିଆ ଖାଦ୍ୟ ଷ୍ଟଲ୍, ସପିଂ ପ୍ରଦର୍ଶନୀ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ବିଶେଷ ଭାବେ ରଜ ଦୋଳିର ବ୍ୟବସ୍ଥା କରାଯାଇଛି। ସେହିପରି ପଲ୍ ହାଇଟ୍ସ, ୟୁନିଟ୍-୩ ପ୍ରଦର୍ଶନୀ ପଡ଼ିଆ, ନୟାପଲ୍ଲୀ, ସହିଦ ନଗର ଏବଂ ଡମଣା ଅଞ୍ଚଳରେ ରଜ ପ୍ରତିଯୋଗିତା ଓ ସଙ୍ଗୀତ ଆସର ଜମିଛି । ରଜ ଉତ୍ସବକୁ ନେଇ ପୁରୀ ବେଳାଭୂମିରେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ସୁନ୍ଦର ବାଲୁକା ଭାସ୍କର୍ଯ୍ୟ ନିର୍ମାଣ କରି ରଜର ଶୁଭେଚ୍ଛା ଜଣାଇଛନ୍ତି । ଆସନ୍ତାକାଲି ‘ଶେଷ ରଜ’ ସହ ଏହି ତିନିଦିନିଆ ପର୍ବ ଶେଷ ହେବ ଏବଂ କେତେକ ସ୍ଥାନରେ ଏହା ପରେ ‘ବସୁମତୀ ସ୍ନାନ’ ଅନୁଷ୍ଠିତ ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    25.6 ° C
    25.6 °
    25.6 °
    89 %
    0.6kmh
    76 %
    Sun
    23 °
    Mon
    26 °
    Tue
    28 °
    Wed
    26 °
    Thu
    27 °

    ସମ୍ବନ୍ଧିତ