Saturday, July 4, 2026
25 C
Odisha

    ଆଜି ରୋହିଣୀ ନକ୍ଷତ୍ରରେ ମଙ୍ଗଳଙ୍କ ବିଶେଷ ଗୋଚର, ୨୫ ଜୁଲାଇ ପର୍ଯ୍ୟନ୍ତ ୪ ରାଶିରେ ରାଜଯୋଗ

    ଆଗକୁ ପଢନ୍ତୁ

    ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଗୋଚରକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମନାଯାଏ । ଗ୍ରହ ଯେତେବେଳେ ନିଜ ସ୍ଥିତି ପରିବର୍ତ୍ତନ କରନ୍ତି କିମ୍ବା କୌଣସି ବିଶେଷ ନକ୍ଷତ୍ରରେ ପ୍ରବେଶ କରନ୍ତି, ସେତେବେଳେ ତାହାର ସିଧାସଳଖ ପ୍ରଭାବ ୧୨ଟି ରାଶିର ବ୍ୟକ୍ତିଙ୍କ ଜୀବନ ଉପରେ ପଡ଼େ । ଏହି କ୍ରମରେ ଶକ୍ତି, ସାହସ ଓ ପରାକ୍ରମର କାରକ ଗ୍ରହ ମଙ୍ଗଳଙ୍କ ଗୋଚର ଜ୍ୟୋତିଷ ଦୃଷ୍ଟିରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ମଙ୍ଗଳ ଦେବ ରୋହିଣୀ ନକ୍ଷତ୍ରରେ ପ୍ରବେଶ କରିଛନ୍ତି । ଏହାର ସକାରାତ୍ମକ ପ୍ରଭାବ ୪ ଜୁଲାଇ  ୨୦୨୬ ଅର୍ଥାତ ଆଜିଠାରୁ ଆରମ୍ଭ ହୋଇ ୨୫ ଜୁଲାଇ ପର୍ଯ୍ୟନ୍ତ ରହିବ ।

    ରୋହିଣୀ ନକ୍ଷତ୍ରରେ ମଙ୍ଗଳଙ୍କ ଏହି ଗୋଚର କେବଳ ଆର୍ଥିକ କ୍ଷେତ୍ରରେ ନୁହେଁ, ବ୍ୟକ୍ତିଗତ ଜୀବନରେ ମଧ୍ୟ ନୂଆ ଉର୍ଜା ଓ ଉତ୍ସାହ ସଞ୍ଚାର କରିବ । ତେବେ ଆସନ୍ତୁ ଜାଣିବା ସେହି ୪ଟି ଭାଗ୍ୟଶାଳୀ ରାଶି ବିଷୟରେ ଜାଣିବା, ଯେଉଁମାନେ ଏହି ସମୟରେ ବିଶେଷ ଲାଭ ପାଇପାରବେ ।

    ୧. ମେଷ ରାଶି:
    ରୋହିଣୀ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ମେଷ ରାଶିର ବ୍ୟକ୍ତିଙ୍କ ଆତ୍ମବିଶ୍ୱାସକୁ ବଢ଼ାଇବ । ଦୀର୍ଘ ଦିନ ଧରି ଅଧୂରା ଥିବା କାମ ଶେଷ କରିବା ପାଇଁ ଏହା ଉପଯୁକ୍ତ ସମୟ । କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବାର ଯୋଗ ରହିଛି ।

    ୨. କର୍କଟ ରାଶି:
    କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ । ନିଷ୍ପତ୍ତି ନେବାର କ୍ଷମତାରେ ଉନ୍ନତି ଆସିବ । ଯଦି ଆପଣ ବିନିଯୋଗ କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ସମୟ ଲାଭଦାୟକ ସାବ୍ୟସ୍ତ ହୋଇପାରେ । ପରିବାରରେ ସୁଖ-ଶାନ୍ତି ବଢ଼ିବ । ଦୀର୍ଘ ଦିନ ଧରି ଅଟକିଥିବା ସରକାରୀ କାମ ସମ୍ପୂର୍ଣ୍ଣ ହେବାର ପ୍ରବଳ ସମ୍ଭାବନା ରହିଛି ।

    ୩. କନ୍ୟା ରାଶି:
    ମଙ୍ଗଳଙ୍କ ଏହି ଗୋଚର କନ୍ୟା ରାଶିର ବ୍ୟକ୍ତିଙ୍କ ପାଇଁ ଖୁସି ଖବର ଆଣିବ । ବ୍ୟବସାୟ ସହ ଜଡ଼ିତ ବ୍ୟକ୍ତିମାନେ ନୂଆ ସୁଯୋଗ ପାଇବେ, ଯାହା ଫଳରେ ଆୟର ନୂଆ ଉତ୍ସ ସୃଷ୍ଟି ହୋଇପାରେ । ସମାଜରେ ମାନ-ସମ୍ମାନ ବୃଦ୍ଧି ପାଇବ । ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ ଏବଂ ଜୀବନସାଥୀଙ୍କ ସହ ଭଲ ସମୟ କାଟିବେ ।

    ୪. ମକର ରାଶି:
    ମକର ରାଶିର ବ୍ୟକ୍ତିଙ୍କ ପାଇଁ ଏହି ଗୋଚର କ୍ୟାରିୟରରେ ନୂଆ ଉଚ୍ଚତା ଆଣିପାରେ । ଯେଉଁମାନେ ଚାକିରି ଖୋଜୁଛନ୍ତି, ସେମାନଙ୍କୁ ଭଲ ଖବର ମିଳିପାରେ । ଆର୍ଥିକ ଦୃଷ୍ଟିରୁ ଏହି ସମୟ ମଜବୁତି ପ୍ରଦାନ କରିବ । ବିନିଯୋଗ ସମ୍ବନ୍ଧୀୟ କାର୍ଯ୍ୟରେ ସଫଳତା ମିଳିବ ଏବଂ ଅଟକିଥିବା ଧନ ଫେରି ପାଇବାର ସମ୍ଭାବନା ରହିଛି ।

    ମଙ୍ଗଳଙ୍କ ଏହି ଗୋଚରର ସର୍ବାଧିକ ଲାଭ ପାଇବା ପାଇଁ ନିୟମିତ ଭାବେ ହନୁମାନ ଚାଳିଶା ପାଠ କରନ୍ତୁ । ପ୍ରତି ମଙ୍ଗଳବାର ହନୁମାନଜୀଙ୍କୁ ଲାଲ ଫୁଲ ଅର୍ପଣ କରନ୍ତୁ । ଏହା ଦ୍ୱାରା ଗ୍ରହମାନଙ୍କ ଶୁଭ ପ୍ରଭାବ ଆହୁରି ସୁଦୃଢ଼ ହେବ ବୋଲି ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25 ° C
    25 °
    25 °
    91 %
    1.4kmh
    100 %
    Sat
    28 °
    Sun
    25 °
    Mon
    27 °
    Tue
    32 °
    Wed
    31 °

    ସମ୍ବନ୍ଧିତ