ଭୁବନେଶ୍ୱର : ଆଉ କିଛି ସମୟ ପରେ ଖାତାକୁ ଆସିବ ସୁଭଦ୍ରା ଯୋଜନା ଟଙ୍କା । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପୂର୍ବରୁ ବଡ଼ ଘୋଷଣା କରିଥିଲେ । ସେହି ମୁତାବକ ଆଜି ମହିଳାଙ୍କ ଖାତାକୁ ଆସିବ ସୁଭଦ୍ରା ଯୋଜନା ଟଙ୍କା । ୧ ଲକ୍ଷ ୨୩ ହଜାର ୮୪୯ ଜଣ ବଞ୍ଚିତ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ସହାୟତା । ଏହି ମହିଳା ମାନେ ଗତ ମାର୍ଚ୍ଚ ୮ ତାରିଖରେ ସୁଭଦ୍ରା ଯୋଜନା ଟଙ୍କା ପାଇନଥିଲେ । ବିଭିନ୍ନ ସମସ୍ୟା କାରଣରୁ ୧ ଲକ୍ଷ ୨୩ ହଜାରରୁ ଅଧିକ ମହିଳାଙ୍କୁ ମହିଳା ଦିବସରେ ୪ର୍ଥ କିସ୍ତି ସୁଭଦ୍ରା ଟଙ୍କା ଯାଇନଥିଲା । ଏବେ ଭେରିଫିକେସନ୍ ପରେ ପୁଣି ସେମାନେ ଯୋଗ୍ୟ ବିବେଚିତ ହୋଇଛନ୍ତି ।
ମାନଦଣ୍ଡ ଅନୁଯାୟୀ, ଏପ୍ରିଲ ୧, ୨୦୨୬ ସୁଦ୍ଧା ୨୧ ବର୍ଷରୁ ୬୦ ବର୍ଷୀୟ ମହିଳା ସୁଭଦ୍ରାରେ ପଞ୍ଜୀକରଣ କରିଥିଲେ । ପୂର୍ବରୁ ଆବେଦନ କରିଥିବା ମହିଳାଙ୍କ ଆବେଦନ ପୁନଃ ଗ୍ରହଣ କରାଯିବ ନାହିଁ । ଯୋଗ୍ୟ ବିବେଚିତ ହିତାଧିକାରୀଙ୍କୁ ୨୦୨୬-୨୭ ଆର୍ଥିକ ବର୍ଷରୁ ଯୋଜନା ଅବଧି ପର୍ଯ୍ୟନ୍ତ ବାର୍ଷିକ ଦୁଇଟି କିସ୍ତିରେ ମୋଟ ୧୦ ହଜାର ସହାୟତା ପ୍ରଦାନ କରାଯିବ ।
ପୂର୍ବରୁ ସୁଭଦ୍ରାର ୪ଟା କିସ୍ତିରେ ମହିଳାଙ୍କ ବ୍ୟାଙ୍କ ଖାତାକୁ ୫୦୦୦ ହଜାର ଲେଖାଏଁ ଦିଆଯାଇଛି । ପୂର୍ବରୁ ସୁଭଦ୍ରାର ନୂତନ ପଞ୍ଜିକରଣ ତାରିଖ ଘୋଷଣା ହୋଇଥିଲା । ଏପ୍ରିଲ୍ ୧ରୁ ଆରମ୍ଭ ହୋଇଥିବା ନୂତନ ପଞ୍ଜିକରଣ ଅବଧି ଏପ୍ରଲ୍ ୩୦ରେ ଶେଷ ହୋଇଥିଲା । ଯେଉଁମାନେ କୌଣସି କାରଣରୁ ଆବେଦନ କରି ନଥିଲେ, ସେମାନେ ଆବେଦନ କରିବା ପାଇଁ ସମସସୀମା ଦିଆଯାଇଥିଲା ।
