Wednesday, October 14, 2026
26.2 C
Odisha

    ଆତଙ୍କବାଦୀ ଆକ୍ରମଣରେ ୨୭ ନାଇଜେରୀୟ ସୈନ୍ୟ ମୃତ

    ଆଗକୁ ପଢନ୍ତୁ

    ଆବୁଜା : ଉତ୍ତର-ପୂର୍ବ ନାଇଜେରିଆରେ ଏକ ଜିହାଦୀ ଆତ୍ମଘାତୀ ଆକ୍ରମଣରେ ଅତି କମରେ ୨୭ ନାଇଜେରିଆ ସୈନିକ ନିହତ ହୋଇଛନ୍ତି। ଆତଙ୍କବାଦୀମାନେ କରିଥିବା ଏହି ଆତ୍ମଘାତୀ ଆକ୍ରମଣରେ ଜଣେ ବରିଷ୍ଠ ସେନା କମାଣ୍ଡର ମଧ୍ୟ ନିହତ ହୋଇଛନ୍ତି । ଏହି ଆକ୍ରମଣରେ ଅନେକ ସୈନ୍ୟ ଆହତ ମଧ୍ୟ ହୋଇଛନ୍ତି ।

    ରିପୋର୍ଟ ଅନୁଯାୟୀ, ଗତ ସପ୍ତାହରେ ବେର୍ନୋ ଏବଂ ୟୋବେ ରାଜ୍ୟ ମଧ୍ୟସ୍ଥ ଏକ ଅଂଚଳରେ ଥିବା ବୋକୋ ହରାମ ଓ ଇସ୍ଲାମିକ୍ ଷ୍ଟେଟ୍ (ଆଇଏସଆଇଏସ୍ ) ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳୀ ଉପରେ ନାଇଜେରିଆ ସୈନିକମାନେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୭୯ ଆତଙ୍କବାଦୀ ନିହତ ହୋଇଥିଲେ । ଏହି ଆକ୍ରମଣର ପ୍ରତଶୋଧ ନେବାକୁ ଆତଙ୍କବାଦୀମାନେ ଆକ୍ରମଣ କରିଥିବା କୁହାଯାଉଛି ।

    ଗତ କିଛି ବର୍ଷ ମଧ୍ୟରେ ସେନାକୁ ଟାର୍ଗେଟ କରି ହୋଇଥିବା ଏହି ଆକ୍ରମଣ ସବୁଠାରୁ ଭୟଙ୍କର ଆତ୍ମଘାତୀ ଆକ୍ରମଣ ଥିଲା। ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ ଆକ୍ରମଣ ସମୟରେ ଅନ୍ଧାର ଥିଲା, ଯେଉଁକାରଣରୁ ସୈନିକମାନେ ଚାରିଆଡ଼େ ସ୍ପଷ୍ଟ ଭାବରେ ଦେଖି ପାରିନଥିଲେ। କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆହତଙ୍କ ସଂଖ୍ୟା ବଢ଼ିପାରେ ବୋଲି ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.2 ° C
    26.2 °
    26.2 °
    85 %
    1.6kmh
    37 %
    Wed
    24 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ