Wednesday, October 14, 2026
26.2 C
Odisha

    ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାରଷ୍ଟ୍ରାଇକକୁ ଭାରତର ନିନ୍ଦା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍କୁ ଭାରତ ନିନ୍ଦା କରିଛି। ଏହି ଆକ୍ରମଣକୁ ନେଇ ଭାରତ ପାକିସ୍ତାନ ବିରୋଧରେ କଡ଼ା ଭାଷା ପ୍ରୟୋଗ କରି କହିଛି ଯେ ନିଜର ଭୁଲ ପାଇଁ ପଡ଼ୋଶୀ ଦେଶକୁ ଦାୟୀ କରିବାର ଏକ ପୁରୁଣା ଅଭ୍ୟାସ ପାକିସ୍ତାନର ରହିଛି। ଭାରତର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି ଯେ ମହିଳା ଓ ଶିଶୁଙ୍କ ସମେତ ଆଫଗାନିସ୍ତାନର ସାଧାରଣ ନାଗରିକଙ୍କ ଉପରେ ହୋଇଥିବା ଏୟାର ଷ୍ଟ୍ରାଇକରେ ଅନେକ ମୂଲ୍ୟବାନ ଜୀବନ ଯାଇଥିବା ନେଇ ଗଣମାଧ୍ୟମରେ ପ୍ରକାଶିତ ଖବର ଆମ ନଜରକୁ ଆସିଛି। ନିରୀହ ନାଗରିକଙ୍କ ଉପରେ ଯେକୌଣସି ଆକ୍ରମଣକୁ ଆମେ ଦୃଢ଼ ନିନ୍ଦା କରୁଛୁ। ନିଜର ଆଭ୍ୟନ୍ତରୀଣ ବିଫଳତା ପାଇଁ ପଡ଼ୋଶୀମାନଙ୍କୁ ଦାୟୀ କରିବା ପାକିସ୍ତାନର ଏକ ପୁରୁଣା ଅଭ୍ୟାସ। ଆଫଗାନିସ୍ତାନ ମୁଖପାତ୍ରଙ୍କ ପ୍ରତିକ୍ରିୟାକୁ ମଧ୍ୟ ଆମେ ଗୁରୁତ୍ବ ଦେଇଛୁ।

    ଗତ ଡିସେମ୍ବର ମାସରେ ତାଲିବାନ ଦାବି କରିଥିଲା ଯେ ପାକିସ୍ତାନୀ ସେନାର ଏୟାର ଷ୍ଟ୍ରାଇକ୍ ରେ ମହିଳା ଓ ଶିଶୁଙ୍କ ସମେତ ୪୬ ଜଣଙ୍କ ମୃତ୍ୟୁ ଘଟିଥିଲା। ଆଫଗାନିସ୍ତାନ ସରକାରଙ୍କ ଉପମୁଖପାତ୍ର ହମଦୁଲ୍ଲା ଫିତରତ କହିଥିଲେ ଯେ ପକ୍ତିକା ପ୍ରଦେଶର ବରମାଲ ଜିଲ୍ଲାର ୪ଟି ସ୍ଥାନରେ ଏହି ଆକ୍ରମଣ ହୋଇଥିଲା। ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରଣାଳୟ ର ବିବୃତ୍ତିରେ ଏହା ମଧ୍ୟ ଦାବି କରାଯାଇଥିଲା ଯେ ଏହି ଆକ୍ରମଣରେ ପ୍ରାଣ ହରାଇଥିବା ଏବଂ ଆହତ ହୋଇଥିବା ଅଧିକାଂଶ ମହିଳା ଏବଂ ଶିଶୁଙ୍କ ସମେତ ୱାଜିରିସ୍ତାନର ଏକ ଶରଣାର୍ଥୀ ଶିବିରର ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.2 ° C
    26.2 °
    26.2 °
    85 %
    1.6kmh
    37 %
    Wed
    24 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ