Monday, April 6, 2026
28.1 C
Odisha

    ଆମେରିକାରେ ଟିକଟକ ବନ୍ଦ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଆମେରିକାରେ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଟିକଟକ ୍ ବନ୍ଦ ହୋଇଯାଇଛି। ଶନିବାର ବିଳମ୍ବିତ ରାତିରେ ଟିକଟକ୍ ଆମେରିକାରେ କାମ କରିବା ବନ୍ଦ କରିଦେଇଥିଲା। ଏହା ଆପଲ୍ ଓ ଗୁଗୁଲ୍ ଆପ୍ ଷ୍ଟୋରରୁ ମଧ୍ୟ ଅଦୃଶ୍ୟ ହୋଇଯାଇଛି। ବର୍ତ୍ତମାନ ଆମେରିକାରେ ଏହି ଆପ୍ ଡାଉନଲୋଡ୍ ହୋଇପାରିବ ନାହିଁ। ଦେଶରେ ପ୍ରାୟ ୧୭ କୋଟି ଆମେରିକୀୟ ୟୁଜର୍ସ ଏହି ଆପ୍ ବ୍ୟବହାର କରୁଥିଲେ।

    ଚାଇନାର କମ୍ପାନୀ ବାଇଟଡାନ୍ସର ମାଲିକାନା ଥିବା ଟିକଟକ୍ ଶନିବାର ରାତିରେ ଏହାର ଉପଭୋକ୍ତାଙ୍କୁ ଦେଇଥିବା ବାର୍ତ୍ତାରେ କହିଛି ଯେ, ଆମେରିକାରେ ଟିକଟକ୍ ଉପରେ ନିଷେଧାଦେଶ ଲାଗୁ ହୋଇଛି। ଏହାର ଅର୍ଥ ଆପଣ ବର୍ତ୍ତମାନ ଟିକଟକ୍ ବ୍ୟବହାର କରିପାରିବେ ନାହିଁ। ତଥାପି, ଆମେ ଖୁସି ଯେ ନୂତନ ରାଷ୍ଟ୍ରପତି ଟ୍ରମ୍ପ ପ୍ରତିଶୃତି ଦେଇଛନ୍ତି ଯେ ସେ ଟିକଟକର ପୁନରୁଦ୍ଧାର ପାଇଁ ଆମ ସହ କାମ କରିବେ। ଡୋନାଲ୍ଡ ଟ୍ରମ୍ପ କାର୍ଯ୍ୟଭାର ଗ୍ରହଣ କରିବା ପରେ ଟିକଟକ୍କୁ ୯୦ ଦିନ ସମୟ ଦେଇଥିବା ସୂଚନା ରହିଛି। ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ସହିତ ଏ ବିଷୟରେ ଆଲୋଚନା କରିବାକୁ ଟିକଟକ୍ ସୂଚିତ କରିଛି।

    ଗତବର୍ଷ ପାରିତ ହୋଇଥିବା ଏକ ଆଇନ ଅନୁଯାୟୀ ଟିକଟକ୍ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଏହି ନିଷେଧାଦେଶକୁ ଶୁକ୍ରବାର ଦିନ ଆମେରିକାର ସୁପ୍ରିମକୋର୍ଟ ମଧ୍ୟ ସମର୍ଥନ କରିଛନ୍ତି। ଟିକଟକ୍ ଉପରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କି ନାହିଁ ତାହା ବର୍ତ୍ତମାନ ଆସୁଥିବା ଟ୍ରମ୍ପ ପ୍ରଶାସନ ଉପରେ ନିର୍ଭର କରେ। ସେପଟେ ୱାଶିଂଟନ୍‌ରେ ଥିବା ଚୀନ୍ ଦୂତାବାସ ଟିକଟକ୍କୁ ବନ୍ଦ କରିବା ପାଇଁ ଅଯଥା ଶକ୍ତି ବ୍ୟବହାର କରୁଥିବା ଅଭିଯୋଗ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.1 ° C
    28.1 °
    28.1 °
    55 %
    4kmh
    100 %
    Mon
    28 °
    Tue
    37 °
    Wed
    39 °
    Thu
    38 °
    Fri
    39 °

    ସମ୍ବନ୍ଧିତ