Friday, May 1, 2026
28.1 C
Odisha

    ବିଧାନସଭାରେ କଙ୍କାଳ ଝଡ଼, କଂଗ୍ରେସ ବିଧାୟକଙ୍କ କକ୍ଷତ୍ୟାଗ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ବିଧାନସଭାରେ କଙ୍କାଳ ଝଡ଼ । ଜିତୁ ମୁଣ୍ଡା ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଲା କଂଗ୍ରେସ । ବିଧାନସଭାର ଦିନିକିଆ ସ୍ବତନ୍ତ୍ର ଅଧିବେଶନରେ କଂଗ୍ରେସ ବିଧାୟକଙ୍କ କକ୍ଷତ୍ୟାଗ । ଗୃହ ମଧ୍ୟଭାଗକୁ ଆସି ପ୍ଲାକାର୍ଡ ଧରି ପ୍ରଥମେ ନାରାବାଜି କରିଥିଲା କଂଗ୍ରେସ । ଏହା ପରେ କକ୍ଷତ୍ୟାଗ କଲେ ବିଧାୟକ । କେନ୍ଦୁଝର ଜିତୁ ମୁଣ୍ଡା ପ୍ରସଙ୍ଗରେ ଆଲୋଚନା କରିବାକୁ ଚାହୁଁଥିଲା କଂଗ୍ରେସ । କିନ୍ତୁ ବାଚସ୍ପତି ସୁଯୋଗ ନଦେବାରୁ କକ୍ଷତ୍ୟାଗ କରିଛି କଂଗ୍ରେସ ।

    ମହିଳା ପ୍ରସଙ୍ଗରେ ଆଲୋଚନା କରିବାକୁ ସରକାର ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି l କିନ୍ତୁ ବ୍ୟାଙ୍କରେ ମହିଳାଙ୍କ କଙ୍କାଳ ଡିପୋଜିଟ କରିବାକୁ ପଡିଲା ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ । ଏହା ସହ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ କଙ୍କାଳ ସୁରକ୍ଷିତ ନୁହେଁ l ଓଡିଶାର ସ୍ୱାଭିମାନକୁ ବିକ୍ରି କରିଛନ୍ତି l ଡବଲ ଇଂଜିନ ସରକାରରେ ମହିଳା ସୁରକ୍ଷିତ ନୁହଁନ୍ତି । ଏହା ସହ ବିଜେପି ସରକାରଙ୍କୁ ଚ୍ୟାଲେଞ୍ଜ କରି ରାମଚନ୍ଦ୍ର କାଡାମ କହିଛନ୍ତି ଦମ୍ ଅଛି ଯଦି ରାଜ୍ଯରେ ମହିଳା ମୁଖ୍ୟମନ୍ତ୍ରୀ କରିକି ଦେଖାଅ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.1 ° C
    28.1 °
    28.1 °
    53 %
    2.1kmh
    93 %
    Thu
    27 °
    Fri
    36 °
    Sat
    41 °
    Sun
    42 °
    Mon
    39 °

    ସମ୍ବନ୍ଧିତ