Friday, September 12, 2025
30.2 C
Odisha

    ଇଂଲଣ୍ଡ ୩୮୭ ରନରେ ଅଲଆଉଟ୍, ରୁଟଙ୍କ ଶତକ, ବୁମରାଙ୍କୁ ୫ ଓ୍ବିକେଟ୍

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଲର୍ଡସ ଟେଷ୍ଟରେ ଇଂଲଣ୍ଡ ନିଜର ପ୍ରଥମ ଇନିଂସରେ ୩୮୭ ରନରେ ଅଲଆଉଟ ହୋଇଯାଇଛି । ଇଂଲଣ୍ଡ ପକ୍ଷରୁ ଜୋ ରୁଟ ଶତକ ଅର୍ଜନ କରିଥିବାବେଳେ ଭାରତ ପକ୍ଷରୁ ଯସପ୍ରୀତ ବୁମରା ୫ଟି ଓ୍ବିକେଟ ନେଇଥିଲେ । ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳ ପକ୍ଷରୁ ଜ୍ୟାକ କ୍ରାଉଲି ଓ ବେନ ଡକେଟ ଏକ ଭଲ ଆରମ୍ଭ କରିଥିଲେ ବି ଏକ ବଡ଼ ପାର୍ଟନରସିପ କରିପାରିନଥିଲେ । ଡକେଟ୍ ୨୩ ଓ କ୍ରାଉଲି ୧୮ ରନ କରିଥିଲେ । ତେବେ ଓଲି ପୋପ୍ ଓ ଜୋ ରୁଟଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ ଦେଖିବାକୁ ମିଳିଥିଲା । ପୋପ୍ ୪୪ ରନ କରିଥିବାବେଳେ ରୁଟ୍ ଏକ ଲଢୁଆ ଶତକ ଅର୍ଜନ କରିଥିଲେ । ସେହିପରି ବେନ ଷ୍ଟୋକ୍ସ ୪୪ ରନ କରିଥିବାବେଳେ ଜେମି ସ୍ମିଥ ଓ ବ୍ରାଇଡନ କାର୍ସେ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୫ଟି ଓ୍ବିକେଟ ନେଇଥିବାବେଳେ ନୀତୀଶ ରେଡ୍ଡି ଓ ମହମ୍ମଦ ସିରାଜ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସେହିପରି ରବୀନ୍ଦ୍ର ଜାଦେଜା ଗୋଟିଏ ଓ୍ବିକେଟ ନେଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    heavy intensity rain
    30.2 ° C
    30.2 °
    30.2 °
    70 %
    1.9kmh
    40 %
    Fri
    29 °
    Sat
    30 °
    Sun
    31 °
    Mon
    27 °
    Tue
    27 °

    ସମ୍ବନ୍ଧିତ