Sunday, October 11, 2026
24.3 C
Odisha

    ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନ ପାଇଲେ ଗଞ୍ଜାମର ଓଡ଼ିଆ ଝିଅ ଶୁଭସ୍ମିତା

    ଆଗକୁ ପଢନ୍ତୁ

    ଗଞ୍ଜାମ : ମନରେ ଯଦି ଦୃଢତା ଏବଂ ଆଗ୍ରହ ଅଛି ତେବେ ସବୁ କିଛି ସହଜେ ହାସଲ ହୋଇଯାଏ। ଏ କଥାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟର ୧୯ ବର୍ଷୀୟା ଛାତ୍ରୀ ଶୁଭସ୍ମିତା ପଣ୍ଡା। ସେ ଏକାଧାରାରେ ଜଣେ ଯୁବ କଳାକାର ଏବଂ ଲେଖିକା। ଏକ ସାଧରଣ ପରିବାରରୁ ଆସି ମଧ୍ୟ କଠିନ ପରିଶ୍ରମର ଫଳସ୍ବରୁପ ସେ ଇଣ୍ଡିଆ ବୁକ ଅଫ ରେକର୍ଡସ ୨୦୨୫ରେ ସ୍ଥାନ ପାଇଛନ୍ତି। ଶୁଭସ୍ମିତା ଲେଖନୀ ଓ ଚିତ୍ରକଳାରେ ଏମିତି ଏକ ନାମ ଯାହା ପାଇଁ ଗଞ୍ଜାମ ତଥା ଓଡ଼ିଶା ମାଟି ଗର୍ବିତ। ତାଙ୍କର ଦୁଇଟି ଇଂରାଜୀ ପୁସ୍ତକ ‘Chronicle Chimes’ ଓ ‘Embrace of Thought’ ମାତ୍ର ୧୧ ସପ୍ତାହ ମଧ୍ୟରେ ପ୍ରକାଶିତ ହୋଇଛି। ଏଥିପାଇଁ ତାଙ୍କୁ ଇଣ୍ଡିଆ ବୁକ ଅଫ ରେକର୍ଡସ ୨୦୨୫ରେ ସ୍ଥାନ ମିଳିଛି। ସେ ଏହା ଚେନ୍ନାଇସ୍ଥିତ ନୋସନ ପ୍ରେସ ଦାରା ପ୍ରକାଶିତ ହୋଇ ଜାତୀୟ ଓ ଆନ୍ତର୍ଜାତୀୟ ପାଠକମାନଙ୍କ ହୃଦୟ ଛୁଇଁଛି। ଲେଖା ପାଇଁ ତାଙ୍କର ଏତେ ଉତ୍ସାହ, ଯେଉଁଥିରେ ପ୍ରତ୍ୟେକ ଶବ୍ଦ ହେଉଛି ତାଙ୍କର ମନ ଓ ଆତ୍ମାର ଅନୁଭୂତି।

    ଶୁଭସ୍ମିତା କେବଳ ଏକ ଲେଖିକା ନୁହଁନ୍ତି,ସାହିତ୍ୟ ଜଗତ ବାହାରେ ସେ ଏକ ପ୍ରତିଭାଶାଳୀ ଚିତ୍ରଶିଳ୍ପୀ ମଧ୍ୟ ଅଟନ୍ତି। ୩ଟି ସ୍ବର୍ଣ୍ଣ ପଦକ ଜିତି ସେ ଦେଶ ବିଦେଶର ଚିତ୍ରକଳା ଜଗତରେ ନାଁ କମାଇଛନ୍ତି। ଏପରିକି ଭାରତରେ ଆୟୋଜିତ ଏକ ଆର୍ଟ ଇଭେଣ୍ଟରେ ୭୬ତମ ସ୍ଥାନ ହାସଲ କରି ଆଉ ଗୋଟିଏ ସର୍ଣ୍ଣ ପଦକ ସହ ଟ୍ରଫି ମଧ୍ୟ ଜିତିଛନ୍ତି। ତାଙ୍କ ପିତା ସୁରେନ୍ଦ୍ର କୁମାର ପଣ୍ଡା, ଜଣେ ଆଇନଜୀବୀ, ଓ ମାତା ମମତା ରାଣୀ ପଣ୍ଡା ଗୃହିଣୀ। ସେମାନେ ଝିଅକୁ ମଣିଷ କରିବା ପାଇଁ ଯେଉଁ କଠିନ ପରିଶ୍ରମ କରୁଥିଲେ ଓ ସ୍ବପ୍ନ ଦେଖିଥିଲେ, ଝିଅ ସେହି ସପ୍ନକୁ ସାକାର କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    76 %
    1.6kmh
    3 %
    Sun
    24 °
    Mon
    30 °
    Tue
    30 °
    Wed
    30 °
    Thu
    30 °

    ସମ୍ବନ୍ଧିତ