Thursday, May 21, 2026
44.7 C
Odisha

    ଇବୋଲା ଭାଇରସକୁ ନେଇ ଦିଲ୍ଲୀ ଏୟାରପୋର୍ଟରେ ଆଲର୍ଟ, ସରକାର ଜାରି କଲେ ଆଡଭାଇଜରୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଇବୋଲା ଭାଇରସ ସଂକ୍ରମଣକୁ ନେଇ ଦିଲ୍ଲୀ ଏୟାରପୋର୍ଟରେ ଆଡଭାଇଜରୀ ଜାରି ହୋଇଛି । ଡିଜିଏଚଏସ ଏହି ଭାଇରସକୁ ନେଇ ଆଡଭାଇଜରୀ ଜାରି କରିଛି । ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଆଡଭାଇଜରୀରେ କହିଛନ୍ତି, ଇବୋଲା ଭାଇରସରେ ପ୍ରଭାବିତ ଦେଶରୁ ଆସୁଥିବା କିମ୍ବା ସେଠାର ହୋଇ ଯାଉଥିବା ଯାତ୍ରୀଙ୍କ ଉପରେ ଧ୍ୟାନ ଦେବା ଉଚିତ । ହାଇ ଆଲର୍ଟରେ କଙ୍ଗୋ, ୟୁଗାଣ୍ଡା ଏବଂ ଦକ୍ଷିଣ ସୁଡାନ ଯାତ୍ରା କରୁଥିବା ଯାତ୍ରୀଙ୍କ ନିକଟରେ ଇବୋଲା ସମ୍ବନ୍ଧୀୟ କୌଣସି ଲକ୍ଷଣ ଦେଖଶଦେଲେ ତାଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରାଯିବା ଜରୁରୀ ।

    ଇବୋଲା ଭାଇରସକୁ ନେଇ ଏୟାରପୋର୍ଟରେ ହେଲଥ ସ୍କ୍ରିନଂ ଏବଂ ତଦାରଖକୁ ବଢାଇ ଦିଆଯାଇଛି । ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ସରକାର କହିଛନ୍ତି । ଏହାଦ୍ବାରା ସଂକ୍ରମଣ ବ୍ୟାପିବାକୁ ରୋକା ଯାଇପାରିବ । ତେବେ ଭାରତରେ ଏବେ କୌଣସି ମାମଲା ସାମ୍ନାକୁ ଆସିନାହିଁ ।

    ତେବେ ସଂକ୍ରମିତ ଦେଶରୁ ଦିଲ୍ଲୀ ଏୟାରପୋର୍ଟକୁ ଆସୁଥିବା ଯାତ୍ରୀଙ୍କର ଯଦି ଜ୍ବର, ଥକ୍କାପଣ, ମୁଣ୍ଡବିନ୍ଧା, ମାଂସପେଶୀରେ ଦରଜ, ଝାଡା ବାନ୍ତି, ଅସ୍ପଷ୍ଟ ରକ୍ତସ୍ରାବ ଭଳି ଲକ୍ଷଣ ଦେଖିବାକୁ ମିଳିଥାଏ, ତେବେ ସେମାନଙ୍କୁ ଅଣଦେଖା କରନ୍ତୁ ନାହିଁ । ଏହି ରୋଗୀ କିମ୍ବା ସନ୍ଦିଗ୍ଧଙ୍କ ରକ୍ତ କିମ୍ବା ଝାଳ ସହିତ ସିଧାସଳଖ ସଂପର୍କ ହୋଇଥିବା ଯାତ୍ରୀଙ୍କୁ ଇମିଗ୍ରେସନ କ୍ଲିଅରାନ୍ସ ପୂର୍ବରୁ ଏୟାରପୋର୍ଟରେ ଥିବା ହେଲଥ ଅଫିସର କିମ୍ବା ହେଲ୍ଥ ଡେସ୍କରେ ତୁରନ୍ତ ସୂଚିତ କରିବା ଜରୁରୀ । ଯାତ୍ରୀଙ୍କ ସୁରକ୍ଷା ଏବଂ ଅର୍ନ୍ତରାଷ୍ଟ୍ରୀୟ ସ୍ବାସ୍ଥ୍ୟ ନିୟମ ହିତରେ ସ୍ବାସ୍ଥ୍ୟ ଯାଞ୍ଚ ଏବଂ ସାର୍ବଜନୀନ ସ୍ବାସ୍ଥ୍ୟ ଉପାୟରେ ସହଯୋଗ କରନ୍ତୁ । ଏୟାରପୋର୍ଟ ସ୍ବାସ୍ଥ୍ୟ ସଗଠନ ତରଫରୁ ଏହା କୁହାଯାଇଛି ।

    ତେବେ ଇବୋଲାର କୌଣସି ଚିକିତ୍ସା ନାହିଁ । କିନ୍ତୁ ପ୍ରାରମ୍ଭିକ ଚିକିତ୍ସା ଏବଂ ଦେଖାଶୁଣା କରିବା ଦ୍ବାରା ରୋଗୀର ଜୀବନ ବଞ୍ଚାଯାଇପାରିବ । ଶରୀରରେ ପାଣିରେ ଅଭାବ ନ କରିବା, ସଂକ୍ରମଣକୁ କଣ୍ଟ୍ରୋଲ କରିବା ଏବଂ ଜରୁରୀ ଔଷଧ ଖାଇବା ନିହାତି ଜରୁରୀ । ତେଣୁ ସଂକ୍ରମିତ ଲୋକଙ୍କ ଠାରୁ ଦୂରତା ରକ୍ଷା କରନ୍ତୁ । ବାରମ୍ବାର ହାତକୁ ସାବୁନରେ ଧୁଅନ୍ତୁ । ମାସ୍କ ଏବଂ ଗ୍ଲୋବ୍ସ ବ୍ୟବହାର କରନ୍ତୁ । ଭିଡ଼ ସ୍ଥାନରୁ ସାବଧାନତା ଅବଲମ୍ବନ କରନ୍ତୁ । ଯଦି କୌଣସି ଲକ୍ଷଣ ଦେଖାଦିଏ, ତେବେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    44.7 ° C
    44.7 °
    44.7 °
    9 %
    5.1kmh
    14 %
    Thu
    45 °
    Fri
    46 °
    Sat
    45 °
    Sun
    45 °
    Mon
    46 °

    ସମ୍ବନ୍ଧିତ