Thursday, May 21, 2026
43.1 C
Odisha

    ବାରଙ୍ଗରେ ପୁଣି ଚାଞ୍ଚଲ୍ୟ, କାଠଯୋଡ଼ି ନଦୀ ପଠାରୁ ମିଳିଲା ଅଧା ପୋତା ହୋଇଥିବା ମୃତଦେହ

    ଆଗକୁ ପଢନ୍ତୁ

    ବାରଙ୍ଗ : ବାରଙ୍ଗରେ ପୁଣି ଚାଞ୍ଚଲ୍ୟ । କାଠଯୋଡ଼ି ନଦୀ ପଠାରୁ ମିଳିଲା ଅଧା ପୋତାହୋଇଥିବା ମହିଳାଙ୍କ ମୃତଦେହ । ଆଜି ସକାଳେ ମୃତଦେହକୁ କୁକୁର ଖାଉଥିବାଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ମହିଳାଙ୍କର କେବଳ ହାତ ଓ ଗୋଡ଼ ଦେଖା ଯାଉଥିବା ବେଳେ ଅବଶିଷ୍ଟ ଶରୀର ବାଲି ଭିତରେ ପୋତି ହୋଇ ରହିଛି । ତେବେ ମହିଳା ଜଣକ କିଏ ଓ ତାଙ୍କର ମୃତ୍ୟୁ କିଭଳି ହେଲା ତାହା ଜଣାପଡ଼ିନି । ହତ୍ୟା ପରେ କେହି ଦୁର୍ବୃତ୍ତ ମୃତଦେହକୁ ପୋତି ଦେଇଥିବା ସନ୍ଦେହ। ଘଟଣାସ୍ଥଳରେ ବାରଙ୍ଗ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

    ନିକଟରେ ବାରଙ୍ଗରେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଥିଲା । ଖଣ୍ଡା ଚୋଟରେ ୩ ଯୁବକ ଗୁରୁତର ହୋଇଥିଲେ । ଗୁରୁତର ଯୁବକଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା । କାଣ୍ଡ ଭିଆଇବା ପରେ ଘଟଣାସ୍ଥଳରୁ ଦୁର୍ବୃତ୍ତ ଚମ୍ପଟ ହୋଇଯାଇଥିଲେ । ତେବେ କେଉଁ କାରଣରୁ ଆକ୍ରମଣ କରାଯାଇଛି ସେନେଇ କିଛି ସ୍ପଷ୍ଟ ହୋଇନଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    43.1 ° C
    43.1 °
    43.1 °
    13 %
    2.7kmh
    26 %
    Thu
    45 °
    Fri
    46 °
    Sat
    45 °
    Sun
    45 °
    Mon
    46 °

    ସମ୍ବନ୍ଧିତ