Sunday, October 11, 2026
24.3 C
Odisha

    ଉମରକୋଟ୍ ଗ୍ୟାସ୍ ସମସ୍ୟାର ହେଲା ସମାଧାନ, ଏବେ ୪୫ ନୁହେଁ ୨୫ ଦିନରେ ମିଳିବ ସିଲିଣ୍ଡର

    ଆଗକୁ ପଢନ୍ତୁ

    ଉମରକୋଟବାସୀଙ୍କ ପାଇଁ ଖୁସି ଖବର। ଦୀର୍ଘ ଦିନରୁ ଲାଗି ରହିଥିବା ରନ୍ଧନ ଗ୍ୟାସ ସମସ୍ୟାର ଅନ୍ତ ଘଟିଛି। ଏଣିକି ଉପଭୋକ୍ତାଙ୍କୁ ଗ୍ୟାସ ପାଇଁ ଆଉ ୪୫ ଦିନ ଅପେକ୍ଷା କରିବାକୁ ପଡ଼ିବନି, ମାତ୍ର ୨୫ ଦିନରେ ମିଳିବ ସିଲିଣ୍ଡର। ମଧ୍ୟ-ପ୍ରାଚ୍ୟ ଯୁଦ୍ଧର ପ୍ରଭାବ ଆଳରେ ଗ୍ୟାସ ବଣ୍ଟନ ଅବଧି ବଢ଼ାଇ ଦିଆଯାଇଥିବାରୁ ଲୋକେ ଅସନ୍ତୁଷ୍ଟ ଥିଲେ। ରାସ୍ତାକୁ ଓହ୍ଲାଇ ପ୍ରତିବାଦ ମଧ୍ୟ କରୁଥିଲେ ବିରୋଧୀ ଦଳ। ତେବେ ପ୍ରଶାସନର ହସ୍ତକ୍ଷେପ ପରେ ଏବେ ସ୍ୱାଭାବିକ ହୋଇଛି ବ୍ୟବସ୍ଥା। ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର। ଦୀର୍ଘ ଦିନ ହେବ ଏଠାରେ ରନ୍ଧନ ଗ୍ୟାସର ସୁଗମ ବଣ୍ଟନକୁ ନେଇ ଦେଖାଦେଇଥିଲା ବିବାଦ। ବିଶ୍ୱ ବଜାରରେ ପେଟ୍ରୋଲଜାତ ଦ୍ରବ୍ୟର ସଙ୍କଟ ଏବଂ ମଧ୍ୟ-ପ୍ରାଚ୍ୟ ଯୁଦ୍ଧର ପ୍ରଭାବକୁ ଦର୍ଶାଇ ପ୍ରଶାସନ ପକ୍ଷରୁ ସହରାଞ୍ଚଳ ଉପଭୋକ୍ତାଙ୍କୁ ଗ୍ରାମାଞ୍ଚଳ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଏଥିସହ ଗ୍ୟାସ ବୁକିଂର ସମୟ ସୀମା ୨୫ ଦିନରୁ ବଢ଼ାଇ ୪୫ ଦିନ କରିଦିଆଯାଇଥିଲା। ଯାହାକୁ ବିରୋଧ କରି ଗତ ୧୭ ତାରିଖରେ କଂଗ୍ରେସ ଓ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରି ପ୍ରତିବାଦ କରିଥିଲେ।
    ଆନ୍ଦୋଳନ ପରେ ପ୍ରଶାସନ ଚେତିଲା। ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉପଭୋକ୍ତାଙ୍କ ସହ ଆଲୋଚନା କରିଥିଲେ ଏବଂ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସେହି ପ୍ରତିଶ୍ରୁତି ରଖିଛି ପ୍ରଶାସନ। ଉମରକୋଟ ସହରବାସୀ ପୂର୍ବଭଳି ୨୫ ଦିନ ବ୍ୟବଧାନରେ ଗ୍ୟାସ ପାଇପାରିବେ ବୋଲି ସ୍ପଷ୍ଟ କରିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ।ଯୁଦ୍ଧର ବାହାନା ଦେଖାଇ ଖାଉଟିଙ୍କୁ ହଇରାଣ କରୁଥିବା ବ୍ୟବସ୍ଥାରେ ସଂସ୍କାର ଆସିଛି। ଆଶା କରାଯାଉଛି, ଆଗକୁ ଯୋଗାଣରେ ଆଉ କୌଣସି ଅନ୍ତରାୟ ସୃଷ୍ଟି ହେବନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    76 %
    1.6kmh
    3 %
    Sun
    24 °
    Mon
    30 °
    Tue
    30 °
    Wed
    30 °
    Thu
    30 °

    ସମ୍ବନ୍ଧିତ