Sunday, March 29, 2026
39.1 C
Odisha

    ଏକ ବିହାରୀ…ସବପେ ଭାରୀ…ଠିଆ ଠିଆ ଦେଢ଼ ଶହ ରନ୍ ମାରି ଦେଲେ ସୂର୍ଯ୍ୟବଂଶୀ

    ଆଗକୁ ପଢନ୍ତୁ

    ସୂର୍ଯ୍ୟଙ୍କ ତେଜ ଭଳି ତେଜୀୟାନ୍ ବ୍ୟାଟିଂ କଲେ ବୈଭବ ସୂର୍ଯ୍ୟବଂଶୀ । ହରାରେ ଠାରେ ଚାଲିଛି ଆଇସିସି ୧୯ ବର୍ଷରୁ କମ୍ ବିଶ୍ବକପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ । ପ୍ରତିପକ୍ଷ ଇଂଲଣ୍ଡକୁ ୪୧୨ ରନର ବିଶାଳ ଟାର୍ଗେଟ୍ ଦେଇଛି ଭାରତୀୟ ଦଳ । ଦଳ ପକ୍ଷରୁ ୧୪ ବର୍ଷ ବୟସ୍କ ଓପ୍ନର ବୈଭବ ସୂର୍ଯ୍ୟବଂଶୀ ୧୭୫ ରନ୍ କରି ଇତିହାସ ସୃଷ୍ଟି କରିଛନ୍ତି । ତାଙ୍କର ଏହି ବିସ୍ଫୋରକ ଇନିଂସ୍ ସାରା ବିଶ୍ବକୁ ଚମକାଇ ଦେଇଛି । ୫୫ ବଲରେ ଶତକ ହାସଲ କରିବା ପରେ ମୋଟ୍ ୮୦ଟି ବଲ୍ ଖେଳି ସେ ୧୫ଟି ଚୌକା ଓ ୧୫ଟି ଛକା ଜରିଆରେ ୧୭୫ ରନ୍ ସ୍କୋର କରିଛନ୍ତି । କହିବାକୁ ଗଲେ କେବଳ ଠିଆ ଠିଆରେ ବା ଚୌକା ଛକା ମାରି ସେ ୧୫୦ ରନ୍ ସଂଗ୍ରହ କରିଛନ୍ତି । ଟୁର୍ଣ୍ଣାମେଣ୍ଟ ଇତିହାସରେ ଏହା ହେଉଛି ଦ୍ବିତୀୟ ଦ୍ରୁତତମ ଶତକ । ଆହୁରି ମଧ୍ୟ ସେ ତୃତୀୟ ଭାରତୀୟ ଭାବେ ୧୯ ବର୍ଷରୁ କମ୍ ଫାଇନାଲରେ ଶତକ ହାସଲ କରିଛନ୍ତି । ପୂର୍ବରୁ ୨୦୧୨ରେ ଉନ୍ମୁକ୍ତ ଚାନ୍ଦ ଏବଂ ୨୦୧୮ରେ ମନୋଜ କାଲରା ଶତକ ମାରିଥିଲେ ।

    ଇଂଲଣ୍ଡର କୌଣସି ବି ବୋଲର ବୈଭବଙ୍କ ଉପରେ ପ୍ରଭାବ ପକାଇ ପାରି ନଥିଲେ । ସମସ୍ତେ ତାଙ୍କ ଭୀଷଣ ପ୍ରହାରର ଶିକାର ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ଆୟୁଷ ମାହତ୍ରେ ୫୩, ବେଦାନ୍ତ ତ୍ରିବେଦୀ ୩୨, ବିହାନ ମାଲହୋତ୍ରା ୩୦, ଅଭିଜ୍ଞାନ କୁଣ୍ଡୁ ୪୦ ଏବଂ କନିଷ୍କ ଚୌହାନ ଅପରାଜିତ ୩୭ ରନ୍ କରିଥିଲେ । ହେଲେ ବୈଭବ ସୂର୍ଯ୍ୟବଂଶୀଙ୍କ ଇନିଂସ୍ ସମସ୍ତଙ୍କ ଠାରୁ ବାରି ହୋଇ ପଡୁଥିଲା ।

    ତାଙ୍କୁ ପ୍ରସଂଶାରେ ପେତି ପକାଇଛନ୍ତି ଅନେକ ପୂର୍ବତନ କ୍ରିକେଟର । ବୀରେନ୍ଦ୍ର ସେହବାଗ ସୋସିଆଲ ମିଡିଆରେ ଲେଖିଛନ୍ତି କି ସେ ସୂର୍ଯ୍ୟବଂଶରେ ଜନ୍ମ ନେଇଛନ୍ତି ଆଉ ସୂର୍ଯ୍ୟବଂଶୀ ଭଳି ଖେଳିଛନ୍ତି ।ଆଜି ତାଙ୍କରି ଇନିଂସ୍ ବଳରେ ଭାରତୀୟ ଦଳ ଷଷ୍ଠ ଥର ପାଇଁ ଟାଇଟଲ୍ ଜିତିବାକୁ ଯାଉଛି କହିଲେ ଭୁଲ ହେବ ନାହିଁ ।..

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39.1 ° C
    39.1 °
    39.1 °
    12 %
    3.7kmh
    2 %
    Sun
    39 °
    Mon
    41 °
    Tue
    38 °
    Wed
    40 °
    Thu
    40 °

    ସମ୍ବନ୍ଧିତ