ନୀଳଗିରି : ଅଲୋଡ଼ା ହେଲା ଶିଶୁ ପୁତ୍ର । ଏକ ଲକ୍ଷ ଟଙ୍କାରେ ଅଢ଼େଇ ବର୍ଷର ପୁଅକୁ ବିକିଲା ବାପ । ଅଭିଯୋଗ ପରେ ଉଦ୍ଧାର ହେଲା ଶିଶୁ ପୁତ୍ର । ନିଳଗିରି ଥାନାରେ ତିନି ଅଟକ । ସୂଚନାରୁ ଜଣାଯାଇଛି, ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଏନଏସି ଅଧୀନ ବରିସାହି ଅଞ୍ଚଳର ରାକେନିଜ ଅଢେଇ ବର୍ଷର ପୁଅକୁ ଦୁଇ ଦିନ ପୂର୍ବରୁ ଷ୍ଟେସନ ସାହି ଅଞ୍ଚଳରେ ପହଞ୍ଚାଇଥିଲେ । ସେଠାରେ ପିଲାକୁ ଅନ୍ୟ ସମ୍ପ୍ରଦାୟର ଲୋକକୁ ଏକ ଲକ୍ଷ ଟଙ୍କାର ମୂଲଚାଲ କରି ବିକ୍ରି କରିଥିଲେ ।
ଯାହାର ଏକ ଭିଡ଼ିଓ ପ୍ରଘଟ ହେବା ପରେ ମହେଶ୍ୱର ଗୋଚ୍ଛାୟତ ନାମକ ଜଣେ ଯୁବକ ନୀଳଗିରି ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି । ନୀଳଗିରି ପୋଲିସ ଖୋଳତାଳ ପରେ ପିଲାଟିର ବାପା ରାକେଶ ବେହେରାଙ୍କର ଦୁଇଟି ସ୍ତ୍ରୀ ଥିବା ଜାଣିବାକୁ ପାଇଛି । ପ୍ରଥମ ସ୍ତ୍ରୀର ଦୁଇଟି ସନ୍ତାନ ଥିଲା ବେଳେ ଦ୍ବିତୀୟ ସ୍ତ୍ରୀ ର ମଧ୍ଯ ଦୁଇଟି ସନ୍ତାନ ଅଛନ୍ତି । ଦ୍ବିତୀୟ ସ୍ତ୍ରୀ ର ଅଢେଇ ବର୍ଷ ର ଶିଶୁ ପୁତ୍ରକୁ ଏକ ଲକ୍ଷ ଟଙ୍କା ମୂଲଚାଲ କରି ବିକ୍ରି କରିଥିବା ବେଳେ ରାକେଶ ଅଗ୍ରୀମ ପଚାଶ ହଜାର ଟଙ୍କା ନେଇଥିଲା ।
ପିଲାକୁ ଅନ୍ୟ ସମ୍ପ୍ରଦାୟରରେ ବିକ୍ରୀ କରିବା ଅଭିଯୋଗ ହେବା ପରେ ନୀଳଗିରି ପୋଲିସ୍ ଘଟଣାର ଅଧିକ ତଦନ୍ତ କରି ପିଲା ଓ ପିଲାର ବାପ ରାକେଶ ବେହେରା, ପିଲାକୁ କିଣିଥିବା ଦୁଇ ଜଣ ଯୁବକକୁ ଅଟକ ରଖିଛି । ଏନେଇ ନୀଳଗିରି ଏସଡିପିଓ ପ୍ରମୋଦ ନାୟକ ପ୍ରତିକ୍ରିୟାରେ କହିଛନ୍ତି ପିଲାଟିର ମା ଛାଡ଼ି ପଳାଇଯାଇଛି ବାପ ନିଶା ଶକ୍ତ ଅବସ୍ଥାରେ ଅନ୍ୟ ଜଣକୁ ଲାଳନ ପାଳନ କରିବାକୁ ଦେଇଥିଲା । ପିଲାଟିକୁ ଉଦ୍ଧାର କରିବା ପରେ ଆମେ cwc କୁ ହସ୍ତାନ୍ତର କରାଯିବ । ତେବେ ଯଦି ପିଲା ଚୋରି ସମ୍ପର୍କରେ କିଛି ଅଭିଯୋଗ ଆସେ ଆମେ ତଦନ୍ତ କରିବୁ ବୋଲି ଏସଡିପିଓ କହିଛନ୍ତି ।

