ଭୁବନେଶ୍ୱର : ଚଳିତଥର କମ୍ ବର୍ଷା ହେବା ସମ୍ଭାବନା । ଜୁନରୁ ସେପ୍ଟେମ୍ୱର ମଧ୍ୟରେ ସ୍ୱାଭାବିକଠାରୁ କମ୍ ବର୍ଷା ସମ୍ଭାବନା । ଏନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା । ଜୁନ ମାସରେ ସ୍ୱାଭାବିକଠାରୁ ୯୨ ପ୍ରତିଶତ କମ୍ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ସେହିପରି ଦେଶର ମଧ୍ୟ ଭାଗରେ ୯୪% କମ୍ ବର୍ଷା ହେବା ଆଶଙ୍କା ରହିଛି । ଓଡ଼ିଶାରେ ମଧ୍ୟ ସ୍ୱାଭାବିକଠୁ କମ୍ ବର୍ଷା ହୋଇପାରେ । ଏବେ ଏଲ୍ -ନିନୋ ସ୍ଥିତିରେ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ରରେ ହିଟ୍ ଓ୍ୱେଭ୍ ସତର୍କତା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ୧୬ ତାରିଖରେ ଆଣ୍ଡାମାନ ଛୁଇଁ ସାରିଛି ମୌସୁମୀ ।
ସମଗ୍ର ଦେଶରେ ଏବେ ଗ୍ରୀଷ୍ମ ଲହରୀ ଜାରି ରହିଛି । ଆନ୍ଧ୍ ପ୍ରଦେଶ, ମଧ୍ୟ ପ୍ରଦେଶ, ତେଲାଙ୍ଗାନା, ପଶ୍ଚିମ ରାଜସ୍ଥାନ ଓ ବିଦର୍ଭରେ ହିଟୱେଭ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ସେହିପରି ରଏଲସୀମା, ତାମିଲନାଡୁ, ପୁଡୁଚେରୀ ଓ କଡାଇକାଲରେ ଗ୍ରୀଷ୍ମ ଲହରୀରୁ ଏବେ ମୁକ୍ତି ମିଳିବ ନାହିଁ । ଓଡ଼ିଶା ସମେତ ଭାରତର ବିଭିନ୍ନ ସ୍ଥାନରେ ଜୁଲାଇ ମାସରେ ବର୍ଷାର ପରିମାଣ ଆହୁରି ହ୍ରାସ ପାଇପାରେ। ରାଜ୍ୟରେ ସାମଗ୍ରିକ ମୌସୁମୀ ଏବଂ ବର୍ଷାର ତୀବ୍ରତାକୁ ପ୍ରଭାବିତ କରିବା ନେଇ ପାଣିପାଗ ବିଭାଗ ପୁର୍ବାନୁମାନ କରିଛି । ଏଲ୍ ନିନୋ ଯୋଗୁଁ ପାଗରେ ପରିବର୍ତ୍ତନ ଏବଂ ବର୍ଷା ପରିମାଣକୁ ପ୍ରଭାବିତ କରିପାରେ ବୋଲି ଆଶଙ୍କା କରିଛନ୍ତି ଆଇଏମଡି ଡିଜି ।
