Friday, May 29, 2026
28 C
Odisha

    ସିଦ୍ଧରମୈୟାଙ୍କ ଯୁଗର ଅନ୍ତ, ଇସ୍ତଫା ଗ୍ରହଣ କଲେ ରାଜ୍ୟପାଳ

    ଆଗକୁ ପଢନ୍ତୁ

    କର୍ଣ୍ଣାଟକ : କର୍ଣ୍ଣାଟକ ରାଜନୀତି ଅସ୍ଥିରତା ବର୍ତ୍ତମାନ ଶେଷ ହୋଇଛି । ଗତକାଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଇସ୍ତଫା ଦେଇଥିଲେ, ଯାହାକୁ ଏବେ ରାଜ୍ୟପାଳ ଥାୱରଚାନ୍ଦ ଗେହଲଟ ଗ୍ରହଣ କରିଛନ୍ତି । ସିଦ୍ଧରମୈୟା ଇସ୍ତଫା ଦେବା ସମୟରେ ରାଜ୍ୟପାଳ ଅନୁପସ୍ଥିତ ଥିଲେ । ତେଣୁ ବେଙ୍ଗାଲୁରୁରେ ପହଞ୍ଚିବା ପରେ ରାଜ୍ୟପାଳ ସିଦ୍ଧରମୈୟାଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି । ଡିକେ ଶିବକୁମାର ଜୁନ୍ ୧ କିମ୍ବା ଜୁନ୍ ୩ ତାରିଖରେ ଶପଥ ନେବେ ବୋଲି କୌଣସି ଏକ ସୂତ୍ରରୁ ଜଣାପଡୁଛି ।

    ରିପୋର୍ଟ ମୁତାବକ, ସିଦ୍ଧରମୈୟା, ଡିକେ ଶିବକୁମାର ଏବଂ ରଣଦୀପ ସୁରଜେୱାଲା ଦଳର ଶୀର୍ଷ ନେତୃତ୍ୱ ସହିତ ଆଲୋଚନା କରିବେ । ଏହି ବୈଠକରେ ରାଜ୍ୟସଭା ପ୍ରାର୍ଥୀ, ଏମଏଲସି ପ୍ରାର୍ଥୀ ଏବଂ ମନ୍ତ୍ରୀମଣ୍ଡଳର କେତକ ମନ୍ତ୍ରୀଙ୍କ ଉପରେ ବିଶେଷ ଧ୍ୟାନ ଦିଆଯିବ । ସିଦ୍ଧରମୈୟା ମନ୍ତ୍ରୀ ମଣ୍ଡଳର କେତେକ ମନ୍ତ୍ରୀଙ୍କୁ ଡିକେ ଶିବକୁମାରଙ୍କ ନେତୃତ୍ୱାଧୀନ କ୍ୟାବିନେଟରେ ସ୍ଥାନ ପାଇବାର ସମ୍ଭାବନା କମ୍ ରହିଛି । ସରକାରରେ ସାମାଜିକ ଏବଂ କ୍ଷେତ୍ରୀୟ ସନ୍ତୁଳନ ବଜାୟ ରଖିବା ପାଇଁ ୪ ଜଣ ଉପମୁଖ୍ୟମନ୍ତ୍ରୀଙ୍କୁ ନିଯୁକ୍ତ କରାଯାଇପାରେ ।

    କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ  ପଦ ପାଇଁ ବିବାଦ ଲାଗି ରହିଥିଲା । ଏହି ବିବାଦର ସମାଧାନ ପାଇଁ କଂଗ୍ରେସ୍ ଦଳ ଦିଲ୍ଲୀରେ ବୈଠକ ଡାକିଥିଲା । ଏହି ବୈଠକରେ ସିଦ୍ଧରମୈୟା ଏବଂ ଶିବକୁମାର ସାମିଲ ହୋଇଥିଲେ । ରାହୁଲ ଗାନ୍ଧୀ ଯାହା ନିଷ୍ପତ୍ତି ନେବେ ତାହା ଗ୍ରହଣ କରାଯିବ ବୋଲି ଏହି ବୈଠକରେ କୁହାଯାଇଥିଲା । ଯାହା ସିଦ୍ଧରମୈୟାଙ୍କ ଇସ୍ତଫାର କାରଣ ପାଲଟିଥିଲା । ଡିକେ ଶିବକୁମାର ଆସନ୍ତା ସପ୍ତାହରେ କର୍ଣ୍ଣାଟକର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ । ଡିକେ ଶିବକୁମାର ପୂର୍ବରୁ ଅନେକ ଥର ମୁଖ୍ୟମନ୍ତ୍ରୀ ପଦ ପାଇଁ ନିଜର ଦାବି ଉପସ୍ଥାପନ କରିଛନ୍ତି ।

    ସେପଟେ ପ୍ରକୃତରେମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସିଦ୍ଧରମୈୟା ଏକ ପ୍ରେସ୍ ମିଟ୍ ଡାକିଥିଲେ । ସେଥିରେ ସେ କହିଥିଲେ ଯେ, ହାଇକମାଣ୍ଡ ମୋତେ ଇସ୍ତଫା ଦେବାକୁ କହିବା ପରେ ମୁଁ ଇସ୍ତଫାପତ୍ର ଦାଖଲ କରିଛି । ମୁଁ ନିଶ୍ଚିତ ଯେ ରାଜ୍ୟପାଳ ଆସିଲେ, ସେ ଏହାକୁ ଗ୍ରହଣ କରିବେ, କାରଣ ଏହା ସମ୍ବିଧାନ ଅନୁସାରେ ହେବା ଆବଶ୍ୟକ । ସେ ଏହା ମଧ୍ୟ କହିଥିଲେ ଯେ, ମୁଁ କେବେ ଅଧିକାରୀ କିମ୍ବା ଟଙ୍କା ପଛରେ ଗୋଡ଼ାଇ ନାହିଁ । ଭୋଟରଙ୍କ ସେବା କରିବା ମୋ ପ୍ରାଥମିକତା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28 ° C
    28 °
    28 °
    60 %
    1.4kmh
    100 %
    Fri
    25 °
    Sat
    41 °
    Sun
    39 °
    Mon
    40 °
    Tue
    42 °

    ସମ୍ବନ୍ଧିତ