Wednesday, October 14, 2026
22.5 C
Odisha

    ମାଓ ଅପରେସନ ପ୍ରସଙ୍ଗ: ଓଡ଼ିଶା ଓ ଛତିଶଗଡ଼ ପୁଲିସ ଡିଜିଙ୍କ ସହ କେନ୍ଦ୍ର ଗୃହ ମନ୍ତ୍ରାଳୟର ଗୁରୁତ୍ୱପୂର୍ଣ୍ଣ ବୈଠକ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ମାଓ ଅପରେସନ ପ୍ରସଙ୍ଗରେ ଓଡ଼ିଶା ଓ ଛତିଶଗଡ଼ ପୁଲିସ ଡିଜିଙ୍କ ସହ କେନ୍ଦ୍ର ଗୃହ ମନ୍ତ୍ରାଳୟର ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛି। ଏଥିରେ ଗୃହ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀଙ୍କ ସହ ପୁଲିସ ଡିଜି ୱାଇ ବି ଖୁରାନିଆଙ୍କ ବୈଠକ ଚାଲିଥିବା ବେଳେ ଏଥିରେ ଛତିଶଗଡ଼ ପୁଲିସ ଡିଜି ମଧ୍ୟ ଉପସ୍ଥିତ ରହିଛନ୍ତି।ଓଡିଶା ପୁଲିସ ଓ ଛତିଶଗଡ଼ ପୁଲିସର ମିଳିତ ଅପରେସନରେ ଏବେ ସୁଦ୍ଧା ୧୪ ପୁରୁଷ ଓ ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ଆହୁରି ବଢିବ ବୋଲି ଆକଳନ କରାଯାଉଛି। ଏହି ଏନକାଉଣ୍ଟରରେ ମୋଷ୍ଟ ଓ୍ବାଣ୍ଟେଡ ମାଓ ନେତା ଚେଲପତିର ମୃତ୍ୟୁ ହୋଇଥିବା ସୂଚନା ରହିଛି। ପ୍ରଥମ ଥର ପାଇଁ ଓଡ଼ିଶା ପୁଲିସ ଛତିଶଗଡ଼ ସୀମା ଭିତରେ ପଶି ଏଭଳି ଅପରେସନ କରୁଛି।ଡିଜି ସମ୍ମିଳନୀରେ ରାଜ୍ୟ ରାଜ୍ୟ ଭିତରେ ସମନ୍ୱୟ ରଖି କିଭଳି ଅପରେସନ କାରାଯିବ ସେନେଇ  ଆଲୋଚନା ହୋଇଥିଲା। ସେହି ଆଧାରରେ ଉଭୟ ଓଡ଼ିଶା ଓ ଛତିଶଗଡ଼ ପୁଲିସ ଡିଜିଙ୍କ ସହ କେନ୍ଦ୍ର ଗୃହ ମନ୍ତ୍ରାଳୟର ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଥିବା କୁହାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.5 ° C
    22.5 °
    22.5 °
    90 %
    1.1kmh
    87 %
    Tue
    22 °
    Wed
    29 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ