Tuesday, April 7, 2026
35.3 C
Odisha

    ଏବେ ଆକାଶରେ ଉଡ଼ିବ ଆଉ ୩ ନୂଆ ଏୟାରଲାଇନ୍ସର ବିମାନ, କେନ୍ଦ୍ର ସରକାର ଦେଲେ ଅନୁମତି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଇଣ୍ଡିଗୋ ବିଭ୍ରାଟ ପରେ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ । ଦେଶରେ ଉଡ଼ିବ ଆଉ ୩ ନୂଆ ଏୟାରଲାଇନ୍ସ । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଶଙ୍ଖ ଏୟାର, ଅଲ୍ ହିନ୍ଦ୍ ଏୟାର ଓ ଏବଂ ଫ୍ଲାଏ ଏକ୍ସପ୍ରେସ୍ ଅନୁମତି ମିଳିଛି । ମନ୍ତ୍ରଣାଳୟ ପକ୍ଷରୁ ଦୁଇଟି କମ୍ପାନୀକୁ ଏନଓସି ଜାରି କରାଯାଇଛି । ପୂର୍ବରୁ ଶଙ୍ଖ ଏୟାରକୁ ଏନଓସି ମିଳିସାରିଛି । ୨୦୨୬ରୁ ଏହି କମ୍ପାନୀ ବିମାନ ଉଡ଼ାଣ ଆରମ୍ଭ କରିବ ବୋଲି ଅନୁମାନ କରାଯାଉଛି ।

    ନିକଟରେ ଇଣ୍ଡିଗୋ ବିମାନ ସେବାରେ ଦେଖାଦେଇଥିବା ବଡ଼ ଧରଣର ଅବ୍ୟବସ୍ଥା ଓ ବିଭ୍ରାଟ ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି । ଭାରତରେ ଏବେ ହାତ ଗଣତି କମ୍ପାନୀ ବିମାନ ସେବା ଯୋଗାଉଛନ୍ତି । ତେବେ ନୂଆ କମ୍ପାନୀ ଆସିବା ପରେ ଯାତ୍ରୀ ଅଧିକ ବିକଳ୍ପ ପାଇବେ ଓ ଏକଚାଟିଆ ପ୍ରଭାବ କମିବ ।

    ସେହିପରି ନୂଆ ବିମାନ ସେବା ଆରମ୍ଭ ହେଲେ ପ୍ରତିଯୋଗିତା ବଢ଼ିବ, ଫଳରେ ବିମାନ ଭଡ଼ା ନିୟନ୍ତ୍ରଣରେ ରହିବା ସହ ସେବାରେ ଉନ୍ନତି ଆସିବ ବୋଲି ଆଶା କରାଯାଇଛି । ବର୍ତ୍ତମାନ ଭାରତୀୟ ବିମାନ ସେବା କ୍ଷେତ୍ରରେ ଏୟାରଇଣ୍ଡିଆ ଓ ଇଣ୍ଡିଗୋର ଦବଦବା ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    35.3 ° C
    35.3 °
    35.3 °
    26 %
    3.2kmh
    50 %
    Tue
    34 °
    Wed
    39 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ