Friday, June 12, 2026
26.6 C
Odisha

    ଏମ୍ସ ହସ୍ପିଟାଲ ସାମ୍ନାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଏମ୍ସ ହସ୍ପିଟାଲ ସାମ୍ନାରେ ଆତଙ୍କ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ସିସିଟିଭିରେ କଏଦ ହେଲା ଆକ୍ରମଣ ସମୟର ଦୃଶ୍ୟ ।  ଆକ୍ରମଣ ପଛରେ ପୁରୁଣା ଶତ୍ରୁତା ଥିବା ସୂଚନା ମିଳିଛି । ଯୋଜନାବଦ୍ଧ ଭାବେ ଟାର୍ଗେଟ କରାଯାଇଥିବା ସଂଦେହ କରାଯାଉଛି। ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଛି ପୋଲିସ । ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ରେଡ୍ କରୁଛି ଖଣ୍ଡଗିରି ଥାନା ପୋଲିସ ।

    ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ମହାଦେଇ ପାଟଣା ଗାଁର ଯୁବକ ଗୌରାଙ୍ଗଙ୍କ ଉପରେ  ସଂଘବଦ୍ଧ ଆକ୍ରମଣ ହୋଇଥିଲା । ଏହାପରେ ନିଖୋଜ ଥିଲେ ଗୈାରାଙ୍ଗ ।  ଗୌରାଙ୍ଗଙ୍କୁ ଠାବ କରିବା ପାଇଁ  ପଡ଼ିଥିଲା ଚହଳ ।  ଜଣେ ଅଭିଯୁକ୍ତ ଗିରଫ ପରେ ଠାବ ହେଲା ମୃତଦେହ । ଆଳି ଥାନା ପେତପଡା ପଞ୍ଚାୟତର ନ’ମାଣିଆ ପାଟ ମଝି ବେଣାବୁଦାରୁ ମିଳିଲା ଖପୁରୀ, ହାଡ଼ ଓ ପୋଷାକ । ଘଟଣାସ୍ଥଳ ଲୋକାରଣ୍ୟ ।  ହାଡ଼ ଓ ଖପୁରିକୁ ଜଗିରହିଥିଲେ  ପୁଲିସ ବାହିନୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.6 ° C
    26.6 °
    26.6 °
    77 %
    2.3kmh
    95 %
    Thu
    27 °
    Fri
    41 °
    Sat
    40 °
    Sun
    41 °
    Mon
    42 °

    ସମ୍ବନ୍ଧିତ