Friday, June 12, 2026
26.6 C
Odisha

    ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ତାଣ୍ଡବ, ଉପୁଡିଲା ଗଛ, ଛିଡ଼ିଲା ବିଜୁଳି ତାର

    ଆଗକୁ ପଢନ୍ତୁ

    ହିନ୍ଦୋଳ: ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ତାଣ୍ଡବ ଜାରି । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେ କାଳବୈଶାଖୀ ପ୍ରଭାବରେ ଉପୁଡିଲା ଗଛ, ଛିଡ଼ିଲା ବିଜୁଳି ତାର । ରାସ୍ତାରେ ଗଛ ପଡ଼ି ରାସ୍ତା ଅବରୋଧ ହେବା ସହ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଛି । ପୁରୁଣା କଟକ- ସମ୍ବଲପୁର ରାସ୍ତାରେ ଗଛ ପଡ଼ିଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଅଗ୍ନିଶମ କର୍ମଚାରୀ ରାସ୍ତାରୁ ଗଛଗୁଡ଼ିକ କାଟି ସଫା କରିବାପରେ ଧୀରେ ଧୀରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଛି । ସେପଟେ ଗଞ୍ଜାମ ଜିଲ୍ଲା ସୋରଡ଼ାରେ ଅପରାହ୍ନରେ କାଳବୈଶାଖୀ ରଚିଛି ତାଣ୍ଡବ । ତୀବ୍ର ଝଡ଼ପବନରେ ସୋରଡ଼ା ଓ ଆଖପାଖ ଗାଁରେ ବିରାଟ ଗଛ ସବୁ ଉପାଡି ପଡିଛି । ଗଛ ପଡ଼ି କିଛି ଲୋକଙ୍କ ଘର ଭାଙ୍ଗିଛି ।

    ଅନ୍ୟପଟେ, ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ପାଗ ଅନୁକୂଳ ରହିଛି । ଆଗାମୀ ୨ ରୁ ୩ ଦିନ ମଧ୍ୟରେ ମୌସୁମୀ ବାୟୁ ଓଡ଼ିଶାର କିଛି ଅଞ୍ଚଳକୁ ଅଗ୍ରସର ହେବାର ସମ୍ଭାବନା ରହିଛି ବୋଲି କହିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତା ୨୪ ଘଣ୍ଟା ପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.6 ° C
    26.6 °
    26.6 °
    77 %
    2.3kmh
    95 %
    Thu
    27 °
    Fri
    41 °
    Sat
    40 °
    Sun
    41 °
    Mon
    42 °

    ସମ୍ବନ୍ଧିତ