Wednesday, July 22, 2026
23.8 C
Odisha

    ଏସସିବିରେ ୧୪ ଶିଶୁ ବିକ୍ରି ଅଭିଯୋଗର ଖୋଳତାଡ, ଏସିବି ଅଧୀକ୍ଷକଙ୍କୁ ଆରଡିସିଙ୍କ ତଦନ୍ତ ନିର୍ଦ୍ଦେଶ

    ଆଗକୁ ପଢନ୍ତୁ

    କଟକ : ଏସସିବିରେ ୧୪ ଶିଶୁ ବିକ୍ରି ଅଭିଯୋଗର ଖୋଳତାଡ ଆରମ୍ଭ ହୋଇଛି । ଏସିବି ଅଧୀକ୍ଷକଙ୍କୁ ଆରଡିସିଙ୍କ ତଦନ୍ତ ନିର୍ଦ୍ଦେଶ । କଟକ ବଡ ମେଡିକାଲ ରେ ୬ ବର୍ଷ ଭିତରେ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ସନ୍ତାନ ପ୍ରସବ କରିଥିବା ଅସହାୟ ତଥା ମାନସିକ ନ୍ୟୂନ ମହିଳାଙ୍କ ୧୪ଜଣ ଶିଶୁଙ୍କ ପତ୍ତା ମିଳୁ ନଥିବା ଅଭିଯୋଗ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏହାକୁ ନେଇ ତନାଘନା ଆରମ୍ଭ ହୋଇଛି ।

    ତେବେ ସନ୍ତାନ ପ୍ରସବ କରିଥିବା ଅସହାୟ ତଥା ମାନସିକ ଅନଗ୍ରସର ମହିଳାଙ୍କ ପିଲାଙ୍କୁ ଚୋରି କରାଯାଇଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ।  ଏହାକୁ ନେଇ ନେଇ ତନାଘନା ତଦନ୍ତ ଆରମ୍ଭ ହୋଇଛି । ଏସ୍ ସିବି ଅଧୀକ୍ଷକଙ୍କୁ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆର୍ ଡିସି । ତଦନ୍ତ ପରେ ଅଭିଯୁକ୍ତଙ୍କ ବିରୋଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ସେନେଇ ଏକ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆରଡିସି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.8 ° C
    23.8 °
    23.8 °
    92 %
    2.6kmh
    100 %
    Wed
    25 °
    Thu
    27 °
    Fri
    28 °
    Sat
    30 °
    Sun
    31 °

    ସମ୍ବନ୍ଧିତ