Monday, June 29, 2026
31.6 C
Odisha

    ବାଚସ୍ପତିଙ୍କୁ ଭେଟିଲେ ବିଜେଡି ବିଧାୟକ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ପିଟିସନ। ଦଳ ବିରୋଧୀ କାର୍ଯ୍ୟ କରିଥିବା ସସପେଣ୍ଡ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ଆଜି ବାଚସ୍ପତିଙ୍କ ନିକଟରେ ପିଟିସନ ଦାଖଲ କରିଛି ବିଜେଡି । ବିଜେଡି ବିଧାୟକମାନେ ବିଧାନସଭା ପରିସରରେ ବାଚସ୍ପତିଙ୍କୁ ଭେଟି ପିଟିସନ ଦାଖଲ କରିଛନ୍ତି । ଆର୍ଟିକିଲ ୧୯୧ ଅନୁସାରେ ସଭ୍ୟପଦ ରଦ୍ଦ ହେବ ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ ।

    ଗତ ରାଜ୍ୟସଭା ନିର୍ବାଚନରେ ବିଜେଡିର ୬ଜଣ ବିଧାୟକ ଦଳୀୟ ହୁଇପ୍ ମାନିନଥିଲେ । ଏହାପରେ ଦଳ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା । ପରେ ବିଜେଡି ୬ଜଣ ବିଧାୟକଙ୍କୁ ଦଳରୁ ସସପେଣ୍ଡ କରିଥିଲା । ଚକ୍ରମଣି କହଁର, ନବ କିଶୋର ମଲ୍ଲିକ, ସୌଭିକ ବିଶ୍ୱାଳ, ସୁବାସିନୀ ଜେନା, ରମାକାନ୍ତ ଭୋଇ ଓ ଦେବୀ ରଞ୍ଜନ ତ୍ରିପାଠୀ ଦଳୀୟ ନିଷ୍ପତ୍ତି ବିରୋଧରେ ରାଜ୍ୟସଭା ନିର୍ବାଚନରେ ଭୋଟ୍ ଦେଇଥିଲେ। ଏହାସହ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଦଳ ପକ୍ଷରୁ ନିଲମ୍ବନ କରାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    31.6 ° C
    31.6 °
    31.6 °
    61 %
    1.1kmh
    100 %
    Mon
    31 °
    Tue
    35 °
    Wed
    34 °
    Thu
    29 °
    Fri
    30 °

    ସମ୍ବନ୍ଧିତ