Monday, August 24, 2026
27.4 C
Odisha

    ଏହି ଦିଗରେ ଲଗାନ୍ତୁ ନାହିଁ ଘଣ୍ଟା ଏବଂ କ୍ୟାଲେଣ୍ଡର, ଜାଣନ୍ତୁ ନିୟମ

    ଆଗକୁ ପଢନ୍ତୁ

    ବାସ୍ତୁ ଶାସ୍ତ୍ରରେ ଘରେ ପ୍ରତ୍ୟେକ ଜିନିଷ ରଖିବା ପାଇଁ ନିୟମ ଏବଂ ସଠିକ୍ ଦିଗ ରହିଛି । ଘରେ ଥିବା ଛୋଟ ଛୋଟ ଜିନିଷ ସକରାତ୍ମକ ଏବଂ ନକରାତ୍ମକ ଶକ୍ତି ସଞ୍ଚାର କରେ । ପ୍ରାୟତଃ ଆମର କାମ ହଠାତ୍ ଅଟକି ଯାଇଥାଏ ଏବଂ କାମ ପୂର୍ଣ୍ଣ ହୋଇନଥାଏ । ବାସ୍ତୁ ଅନୁସାରେ ଘରେ ଲଗାଯାଇଥିବା ଘଣ୍ଟା, କ୍ୟାଲେଣ୍ଡରକୁ ଭୁଲ୍ ଦିଗରେ ଲଗାଇବା ଏହି ସବୁ ସମସ୍ୟାର ଏକ ବଡ଼ କାରଣ ହୋଇପାରେ । ଯଦି ଆପଣଙ୍କ ଜୀବନରେ ଏଭଳି ସମସ୍ୟା ରହିଛି ତେବେ ନିଶ୍ଚିତ ଭାବେ ଏହି ଆର୍ଟିକିଲ୍ ପ୍ରତି ଧ୍ୟାନ ଦିଅନ୍ତୁ । ଠିକ୍ ଦିଗରେ କ୍ୟାଲେଣ୍ଡର, ଘଣ୍ଟା ରଖି ଆପଣ ମଧ୍ୟ ନିଜ ଭାଗ୍ୟକୁ ବଦଳାଇଦେଇପାରିବେ ।

    ସବୁବେଳେ କାନ୍ଥ ଘଣ୍ଟାକୁ ପୂର୍ବ, ଉତ୍ତର ଏବଂ ପଶ୍ଚିମ ଦିଗରେ ଲଗାଇବା ଉଚିତ୍ । ଉତ୍ତର ଦିଗକୁ ଧନର ଦେବତା କୁବେରଙ୍କୁ ମାନାଯାଏ । ସେହିପରି ପୂର୍ବ ଦିଗକୁ ସୂର୍ଯ୍ୟଙ୍କ ବାସସ୍ଥାନ ବୋଲି କୁହାଯାଏ । ତେଣୁ ଏହି ସବୁ ଦିଗରେ ଘଣ୍ଟା ଲଗାଇବା ଦ୍ବାରା  ଘରେ ସକରାତ୍ମକ ଶକ୍ତି ଏବଂ ଆର୍ଥିକ ସମୃଦ୍ଧି ବୃଦ୍ଧି କରିଥାଏ  । ହେଲେ ଆଦୌ ଦକ୍ଷିଣ ଦିଗରେ ଘଣ୍ଟା ଲଗାନ୍ତୁ ନାହିଁ । କାହିଁକିନା ଏହି ଦିଗକୁ ଯମଙ୍କଦିଗ ବୋଲି ମାନାଯାଏ । ଏହି ଦିଗରେ ଘଣ୍ଟା ରଖିବା ଜୀବନର ଗତି ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ, ଏପରିକି କାର୍ଯ୍ୟରେ ବାଧା ସୃଷ୍ଟି କରିଥାଏ । ଏହା ବ୍ୟତୀତ, ମୁଖ୍ୟ ଦ୍ୱାର ଉପରେ ସିଧାସଳଖ ଘଣ୍ଟା ଟାଙ୍ଗନ୍ତୁ ନାହିଁ ।

    ଆପଣଙ୍କ ଘରର ହଲରେ ଏକ ପେଣ୍ଡୁଲମ୍ ଘଣ୍ଟା ରଖିବା ବହୁତ ଶୁଭ ବୋଲି ବିବେଚନା କରାଯାଏ। ପେଣ୍ଡୁଲମ୍ ଆଗକୁ ପଛକୁ ହେବା ଦ୍ବାରା ଏହା ନିରନ୍ତର ପ୍ରଗତି ଏବଂ ଭଲ ସମୟ ଆସିବାର ସଙ୍କେତ ଦିଏ ।  ଆପଣଙ୍କ ଘରେ କେବେବି ବନ୍ଦ, କ୍ଷତିଗ୍ରସ୍ତ କିମ୍ବା ଭଙ୍ଗା ଘଣ୍ଟା ରଖନ୍ତୁ ନାହିଁ। ବନ୍ଦ କିମ୍ବା ଭଙ୍ଗା ଘଣ୍ଟାକୁ ବିଫଳତା ଏବଂ ପ୍ରଗତିରେ ବାଧା ସୃଷ୍ଟି କରିବାର ପ୍ରତୀକ ଭାବରେ ବିବେଚନା କରାଯାଏ । ଯଦି ଘଣ୍ଟା ଖରାପ ହୋଇଥାଏ ତେବେ ତୁରନ୍ତ ଏହାକୁ ମରାମତି କରନ୍ତୁ କିମ୍ବା ଆପଣଙ୍କ ଘରେ ରଖନ୍ତୁ ନାହିଁ । ଘଣ୍ଟାର ଧଳା କିମ୍ବା କ୍ରିମି ଏବଂ ସିଲିଭର କଲରର ହେବା ଉଚିତ୍ । ଗାଢ କଳା ରଙ୍ଗ କିମ୍ବା ଲାଲ ରଙ୍ଗର ଘଣ୍ଟା ଆଦୌ ଲଗାନ୍ତୁ ନାହିଁ ।

    ଘଣ୍ଟା ପରି  ନୂଆ କ୍ୟାଲେଣ୍ଡର ସବୁବେଳେ ଉତ୍ତର, ପୂର୍ବ କିମ୍ବା ପଶ୍ଚିମ ଦିଗକୁ ମୁହଁ କରି କାନ୍ଥରେ ଲଗାନ୍ତୁ । ସଠିକ୍ ଦିଗରେ ଲଗାଇବା ଦ୍ବାରା ପରିବାର ସଦସ୍ୟଙ୍କ ପାଇଁ ପ୍ରଗତିର ନୂତନ ରାସ୍ତା ଖୋଲିଥାଏ । କ୍ୟାଲେଣ୍ଡରଗୁଡ଼ିକୁ କେବେବି ଦକ୍ଷିଣ କାନ୍ଥରେ ରଖିବା ଉଚିତ୍ ନୁହେଁ, କାରଣ ଏହା ସ୍ଥିରତା ଏବଂ ବାଧାକୁ ପ୍ରତୀକ କରିଥାଏ। ଏହା ବ୍ୟତୀତ, କ୍ୟାଲେଣ୍ଡରଗୁଡ଼ିକୁ ସିଧାସଳଖ ମୁଖ୍ୟ ଦ୍ବାର ସମ୍‌ମୁଖରେ କିମ୍ବା । ପଛରେ ଝୁଲାଇବା ଉଚିତ୍ ନୁହେଁ, କାରଣ ଏହା ଘରେ ନକାରାତ୍ମକ ଶକ୍ତି ବୃଦ୍ଧି କ କରେ।

    ନୂଆ ବର୍ଷ ଆରମ୍ଭ ହେବା ପରେ ପୁରୁଣା କ୍ୟାଲେଣ୍ଡରକୁ ଲଗାନ୍ତୁ ନାହିଁ । କାନ୍ଥରେ ପୁରୁଣା କ୍ୟାଲେଣ୍ଡର ଉପରେ କେବେବି ନୂତନ କ୍ୟାଲେଣ୍ଡର ଟାଙ୍ଗନ୍ତୁ ନାହିଁ, କାରଣ ଏହା ଅତୀତକୁ ବର୍ତ୍ତମାନ ସହିତ ଜଡିତ ରଖିଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.4 ° C
    27.4 °
    27.4 °
    84 %
    2.6kmh
    99 %
    Mon
    29 °
    Tue
    30 °
    Wed
    30 °
    Thu
    27 °
    Fri
    28 °

    ସମ୍ବନ୍ଧିତ