Thursday, October 8, 2026
22.2 C
Odisha

    ଅମରାବତୀ ହସ୍ପିଟାଲର SNCUରେ ଭୟଙ୍କର ଅଗ୍ନିକାଣ୍ଡ, ୩ ନବଜାତଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଯେଉଁଠି ନୂଆ ଜୀବନ ପାଇଁ ଲଢ଼ୁଥିଲେ ନିରୀହ ନବଜାତ ଶିଶୁ , ସେହି ହସ୍ପିଟାଲର SNCU ୱାର୍ଡରେ ଭୋର ସମୟରେ ଘଟିଲା ଭୟଙ୍କର ଅଗ୍ନିକାଣ୍ଡ। ମହାରାଷ୍ଟ୍ରର ଅମରାବତୀ ଜିଲ୍ଲା ମହିଳା ହସ୍ପିଟାଲରେ  ଆଜି  ଭୋର ପ୍ରାୟ ୩ଟା ୩୦ରେ ନିଆଁ ଲାଗିବା ପରେ ହସ୍ପିଟାଲ ପରିସରରେ ଆତଙ୍କ ଖେଳିଯାଇଛି। ଏହି ଦୁଃଖଦ ଘଟଣାରେ ୩ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଥିବା  ଜଣାପଡିଛି ।

    ଜିଲ୍ଲା ମହିଳା ହସ୍ପିଟାଲର ନୂଆ ବିଲଡିଂରେ ଥିବା  ସିକ୍ ନ୍ୟୁବର୍ଣ୍ଣ କେୟାର ୟୁନିଟ୍ ରେ ନିଆଁ ଲାଗିବା ପରେ ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ନିଆଁ ନିୟନ୍ତ୍ରଣ ପାଇଁ ଦମକଳ ବାହିନୀ ମଧ୍ୟ ପହଞ୍ଚିଥିଲା। SNCUରେ ଗୁରୁତର ଅସୁସ୍ଥ, କମ୍ ଓଜନ ଓ ଅପରିପକ୍ୱ ନବଜାତଙ୍କ ଚିକିତ୍ସା ହୋଇଥାଏ। ଘଟଣା ସମୟରେ ୱାର୍ଡରେ ଅନେକ ନବଜାତ ଥିବା ରିପୋର୍ଟ ଆସିଛି। କର୍ମଚାରୀମାନେ ଅନ୍ୟ ଶିଶୁମାନଙ୍କୁ ଶୀଘ୍ର ସୁରକ୍ଷିତ ସ୍ଥାନକୁ ନେଇଥିଲେ।

    ନିଆଁର କାରଣ କ’ଣ?
    ଅଗ୍ନିକାଣ୍ଡର ପ୍ରକୃତ କାରଣ ନେଇ ତଦନ୍ତ ଚାଲିଛି। ପ୍ରାଥମିକ ଭାବେ ବିଦ୍ୟୁତ୍ ସମ୍ପର୍କିତ ତ୍ରୁଟି କିମ୍ବା ଉପକରଣରେ ସ୍ପାର୍କିଂ ହୋଇଥିବା ଆଶଙ୍କା କରାଯାଉଛି। ତେବେ ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ନିଆଁର ନିଶ୍ଚିତ କାରଣ କହିବା ଠିକ୍ ହେବ ନାହିଁ। ଅଗ୍ନିକାଣ୍ଡ ପରେ ପ୍ରଭାବିତ ଶିଶୁମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ଅନ୍ୟ ହସ୍ପିଟାଲକୁ ପଠାଯାଇଥିବା ସୂଚନା ମିଳିଛି। ହସ୍ପିଟାଲ କର୍ମଚାରୀଙ୍କ ତତ୍ପରତା ଯୋଗୁଁ ଅନ୍ୟ ନବଜାତଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିବା ରିପୋର୍ଟରେ କୁହାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.2 ° C
    22.2 °
    22.2 °
    88 %
    1.5kmh
    1 %
    Wed
    22 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ