Sunday, October 18, 2026
24 C
Odisha

    ଓଡ଼ିଆ ଝିଅ ଜ୍ୟୋତିର୍ମୟୀ ଇଣ୍ଡିଆନ୍‌ ଆଇଡଲ ଚମ୍ପିଆନ

    ଆଗକୁ ପଢନ୍ତୁ

    କଟକ : ଜାତୀୟ ମଞ୍ଚରେ ଚମକିଲେ ଓଡ଼ିଆ ଝିଅ। ଓଡ଼ିଶା ପାଇଁ ଆଣିଲେ ଗର୍ବ ଓ ଗୌରବ। ‘ଇଣ୍ଡିଆନ୍ ଆଇଡଲ ସିଜିନ ୧୬’ ଟାଇଟଲ ଜିଣିଲେ ଜ୍ୟୋତିର୍ମୟୀ ନାୟକ। ୨୪ ବର୍ଷୀୟା ଜ୍ୟୋତିର୍ମୟୀ ଜାତୀୟ ସ୍ତରରେ ସଙ୍ଗୀତର ମହାମୁକାବିଲାରେ ୫ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ପ୍ରଥମ ଓଡ଼ିଆ ଝିଅ ଭାବେ ଏହି ଗୌରବ ହାସଲ କରିଛନ୍ତି। ଏଥିସହ ଜବଲପୁରର ତନିଷ୍କ ଶୁକ୍ଳା ପ୍ରଥମ ରନର୍ସଅପ୍ ହୋଇଛନ୍ତି। ଅଧିକ ଜନସମର୍ଥନ ଓ ଭୋଟ ଆଧାରରେ ଜ୍ୟୋତିର୍ମୟୀ ଏହି ଟାଇଟଲ ଜିତି ବିଜୟ ମୁକୁଟ ପିନ୍ଧିଛନ୍ତି। ଜ୍ୟୋତିର୍ମୟୀ ସଙ୍ଗୀତ ସାଧନା ସହିତ ବୃତ୍ତି ଭାବେ ତାଙ୍କ ସଙ୍ଗୀତ (ମ୍ୟୁଜିକ ଥେରାପି)ମାଧ୍ୟମରେ କର୍କଟ ରୋଗୀଙ୍କ ଚିକିତ୍ସା କରିଥାନ୍ତି। ଟ୍ରଫି ଓ ୨୦ ଲକ୍ଷ ଟଙ୍କାର ପୁରସ୍କାର ପାଇବା ପରେ ସେ ତାଙ୍କର ବିଜୟର ଶ୍ରେୟ ସଂଗୀତ ଚିକିତ୍ସା ମାଧ୍ୟମରେ ସୁସ୍ଥ ହୋଇଥିବା କର୍କଟ ରୋଗୀଙ୍କୁ ଦେଇଛନ୍ତି। ଇଣ୍ଡିଆନ୍ ଆଇଡଲ୍‌ର ୧୬ତମ ସିଜିନ୍‌ର ବିଚାରକ ଥିଲେ ଶ୍ରେୟା ଘୋଷାଲ୍, ବିଶାଲ୍ ଦଦଲାନି ଏବଂ ବାଦଶା।
    ବାଲେଶ୍ବର ଜିଲା ନୀଳଗିରିରୁ ମାୟାନଗରୀ ମୁମ୍ବଇ ଯାତ୍ରା କରି ସଙ୍ଗୀତ ଜଗତରେ ଚମକିଥିବା ଜ୍ୟୋତିର୍ମୟୀ ବିଜେତା ହେବା ପରେ କହିଛନ୍ତି ଯେ ‘ମୁଁ ୧୪ ସେପ୍ଟେମ୍ବରରେ ମୁମ୍ବଇ ଆସିଥିଲି, ମୁଁ କେବେ ବିଜୟୀ ହେବି ବୋଲି ଭାବି ନ ଥିଲି, ମୁଁ କେବଳ ମୋର ସର୍ବୋତ୍ତମ ପ୍ରଦର୍ଶନ କରିବା ଏବଂ ଜଜ୍‌ଙ୍କ ଠାରୁ ଭଲ ମତାମତ ପାଇବା ବିଷୟରେ ଚିନ୍ତା କରିଥିଲି’ ବୋଲି କହିଛନ୍ତି। ଆସନ୍ତାକାଲି ସେ ଟ୍ରଫି ସହ ଓଡ଼ିଶା ଫେରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
    ଜ୍ୟୋତିର୍ମୟୀ ସର୍ବଦା ସଙ୍ଗୀତ ପ୍ରତି ବହୁତ ଆଗ୍ରହୀ ଥିଲେ। ସେ ବିଟେକ କରିବା ସହିତ ପିଲାଦିନରୁ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରିଛନ୍ତି। ଗୀତ ଗାଇବା ସହିତ ଜ୍ୟୋତିର୍ମୟୀ ସଙ୍ଗୀତ ଚିକିତ୍ସକ ଭାବରେ କାମ କରନ୍ତି। ସେ ସଙ୍ଗୀତ ମାଧ୍ୟମରେ କର୍କଟ ରୋଗୀଙ୍କ ଚିକିତ୍ସା କରିଥାନ୍ତି। ଜ୍ୟୋତିର୍ମୟୀ ପ୍ରଥମ ଓଡ଼ିଆ ଝିଅ, ଯିଏ ଇଣ୍ଡିଆନ ଆଇଡଲ ଶୋ’ରେ ଅଂଶଗ୍ରହଣ କରି ବିଜୟୀ ହୋଇଛନ୍ତି। ବାପା-ମା’ଙ୍କ ସମର୍ଥନ ଫଳରେ ଏତେ ବାଟ ଆସିଥିବା ଜ୍ୟୋତିର୍ମୟୀ କହିଛନ୍ତି। ଜ୍ୟୋତିର୍ମୟୀ କହିଛନ୍ତି ଯେ ‘ମୁଁ କର୍କଟ ରୋଗୀଙ୍କୁ ସଙ୍ଗୀତ ମାଧ୍ୟମରେ ସୁସ୍ଥ କରିବାରେ ସାହାଯ୍ୟ କରୁଥିଲି, ଏବଂ ସେମାନଙ୍କ ଯୋଗୁଁ ମୁଁ ଇଣ୍ଡିଆନ୍ ଆଇଡଲ୍ ପର୍ଯ୍ୟନ୍ତ ପହଞ୍ଚିପାରିଲି। ଯେତେବେଳେ ମୁଁ ସେମାନଙ୍କ ସହିତ ଗୀତ ଗାଉଥିଲି, ସେମାନେ ବହୁତ ଖୁସି ହେଉଥିଲେ ଓ ମୋତେ ଇଣ୍ଡିଆନ୍ ଆଇଡଲ୍ ଭଳି ଏକ ପ୍ଲାଟଫର୍ମରେ ଦେଖିବାକୁ ଚାହାଁନ୍ତି ବୋଲି ଆଶା ରଖିଥିଲେ। ଏ​‌େ​‌ବ ମୁଁ ବିଜୟୀ ହେବା ପରେ ସେମାନେ ବହୁତ ଖୁସି ହୋଇଛନ୍ତି ଓ ମୋ ବିଜୟର ଶ୍ରେୟ ମୁଁ ସେମାନଙ୍କୁ ଦେଉଛି’ ବୋଲି ଜ୍ୟୋତିର୍ମୟୀ ପ୍ରତିକ୍ରିୟାରେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24 ° C
    24 °
    24 °
    86 %
    0.3kmh
    100 %
    Sun
    30 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ