Thursday, May 9, 2024
25.9 C
Odisha

    ସିଏଏ ଉପରେ ରୋକ୍ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ । ମୋଦୀ ସରକାରକୁ ଜବାବ୍ ଦେବାକୁ ତିନି ସପ୍ତାହ ଦେଲେ ସମୟ

    ଆଗକୁ ପଢନ୍ତୁ

    ସାରା ଦେଶରେ ନାଗରିକତା ସଂଶୋଧନ ଆଇନ୍ ବିରୋଧରେ ଦାଖଲ ହେଇଥିବା ୨ ଶହରୁ ଅଧିକ ଆବେଦନର ଶୁଣାଣି ସୁପ୍ରିମକୋର୍ଟରେ ଆରମ୍ଭ ହେଇଛି । ସୁପ୍ରିମକୋର୍ଟ ସିଏଏକୁ ନେଇ କୌଣସି ବି ପ୍ରକାର ରୋକ୍ ଲଗାଇବାକୁ ସିଧା ସିଧା ମନା କରିଦେଇଛନ୍ତି । ଏଥିସହିତ କେନ୍ଦ୍ର ସରକାର ସିଏଏ ସମ୍ପର୍କରେ ଜବାବ ରଖିବାକୁ ୪ ସପ୍ତାହ ସମୟ ମାଗିଥିଲେ ବି, କୋର୍ଟ କେନ୍ଦ୍ର ସରକାରଙ୍କୁ ୩ ସପ୍ତାହ ସମୟ ଦେଇଛନ୍ତି । ଏହି ଶୁଣାଣି ସମୟରେ କୋର୍ କହିଛନ୍ତି ଯେ, ସିଏଏ କୌଣସି ବ୍ୟକ୍ତିର ନାଗରିକତା ଛିନ୍ନ କରୁନି । ଏହାସହ କେନ୍ଦ୍ର ସରକାର ମଧ୍ୟ ସମସ୍ତ ଆବେଦନ ଉପରେ ଜବାବ୍ ଦେବାକୁ ସମୟ ମାଗିଛି । ତେବେ କେନ୍ଦ୍ର ସରକାର ତରଫରୁ କେସ୍ ଲଢୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ, ୨୦ଟି ଆବେଦନର ଉପରେ ଜବାବ ଦାଖଲ କରିବାକୁ ତାଙ୍କୁ ୪ ସପ୍ତାହ ସମୟ ଲାଗିବ ।

    ସୁପ୍ରିମକୋର୍ଟରେ ସିଏଏକୁ ନେଇ ଦାଖଲ ହେଇଥିବା ୨ ଶହରୁ ଅଧିକ ଆବେଦନର ଶୁଣାଣି ଆରମ୍ଭ ହେଇଛି । ଶୁଣାଣି ଆରମ୍ଭ ହେବା ପରେ ସୁପ୍ରିମକୋର୍ଟ କହିଥିଲେ ଯେ, ଏହି ଆଇନ୍ କାହାର ମଧ୍ୟ ନାଗରିକତା ଛିନ୍ନ କରୁନି । ତେଣୁ ଏହା ଉପରେ କୌଣସି ପ୍ରକାର ରୋକ୍ ଲଗାଯାଇପାରିବ ନାହିଁ । ସୂଚନାଯୋଗ୍ୟ ଯେ, ୨୦୧୯ ମସିହା ଡିସେମ୍ବର ୧୧ ତାରିଖରେ ସିଏଏକୁ ଭାରତର ସଂସଦରେ ପାରିତ କରାଯାଇଥିଲା । ସେତେବେଳେ ଏହି ଆଇନକୁ ନେଇ ଜୋରଦାର ବିରୋଧ ପ୍ରଦର୍ଶନ କରାଯାଇଥିଲା । ଏହି ଆଇନ୍ ଅନୁସାରେ, ଆଫଗାନିସ୍ତାନ, ବାଂଲାଦେଶ, ପାକିସ୍ତାନର ହିନ୍ଦୁ, ଶିଖ୍, ଜୈନ, ପାର୍ଶୀ, ବୌଦ୍ଧ ଓ ଇସାଇଙ୍କୁ ଭାରତୀୟ ନାଗରିକତା ଦେବାକୁ ନିୟମ ରହିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.9 ° C
    25.9 °
    25.9 °
    76 %
    2.3kmh
    0 %
    Wed
    26 °
    Thu
    38 °
    Fri
    39 °
    Sat
    41 °
    Sun
    40 °

    ସମ୍ବନ୍ଧିତ