Tuesday, July 14, 2026
29 C
Odisha

    ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ୍, ଦୁର୍ବୃତ୍ତଙ୍କୁ ଅଟକାଇବାକୁ ଚେଷ୍ଟା କରି ବ୍ୟାଙ୍କ ମ୍ୟାନେଜର ଆହତ

    ଆଗକୁ ପଢନ୍ତୁ

    ବାଲେଶ୍ଵର: ବାଲେଶ୍ଵର ସଦର ଥାନା ରସାଳପୁର ଛକରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ରୁ ଲୁଟ୍ । ଆଜି ଅପରାହ୍ନରେ ୪ ଜଣ ଲୁଟେରା ବ୍ୟାଙ୍କ୍ ଭିତରକୁ ବନ୍ଧୁକ ଧରି ପ୍ରଵେଶ କରିଥିଲେ । ବ୍ୟାଙ୍କ ଭିତରେ ଆତଙ୍କ ରଚିବା ସହ ବ୍ୟାଙ୍କରୁ ଲୁଟ୍ ନେଇଛନ୍ତି ଲକ୍ଷାଧିକ ଟଙ୍କା । ମୋଟ ୬ ଜଣ ଲୁଟେରା ୩ ଟି ବାଇକରେ ଆସିଥିବା ବେଳେ ୪ ଜଣ ବ୍ୟାଙ୍କ୍ ଭିତରକୁ ପ୍ରବେଶ କରିଥିଲେ । ଅନ୍ୟ ଦୁଇ ଜଣ ବାହାରେ ପ୍ରହରା ଦେଇଥିଲେ । ବ୍ୟାଙ୍କରୁ ଲୁଟ୍ କରୁଥିବା ବେଳେ ଲୁଟେରାକୁ ଅଟକାଇବାକୁ ଚେଷ୍ଠା କରି ବ୍ୟାଙ୍କ ମ୍ୟାନେଜର ଆହତ ହୋଇଛନ୍ତି । ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି ।

    ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି । ଖବର ପାଇ ସଦର ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବ୍ୟାଙ୍କ ପରିସରକୁ ଘେରାଉ କରି ତଦନ୍ତ ଆରମ୍ଭ କରିଛି । ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଥିବା ବେଳେ ଦୁର୍ବୃତ୍ତମାନଙ୍କ ପରିଚୟ ଓ ସେମାନଙ୍କ ଗତିପଥ ସମ୍ପର୍କରେ ତଦନ୍ତ ଚାଲିଛି । ପୋଲିସ ଶୀଘ୍ର ଅଭିଯୁକ୍ତଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରି ଚଢ଼ାଉ ଜାରି ରଖିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29 ° C
    29 °
    29 °
    72 %
    1.4kmh
    100 %
    Tue
    28 °
    Wed
    31 °
    Thu
    31 °
    Fri
    24 °
    Sat
    23 °

    ସମ୍ବନ୍ଧିତ