Monday, September 28, 2026
24.7 C
Odisha

    ଓଡ଼ିଶା- ଛତିଶଗଡ଼ ସୀମାରୁ ମାଓବାଦୀଙ୍କ ବନ୍ଧୁକ ତିଆରି କାରଖାନା ଠାବ

    ଆଗକୁ ପଢନ୍ତୁ

    ଓଡ଼ିଶା- ଛତିଶଗଡ଼ ସୀମାରୁ ମାଓ ଡମ୍ପ ଠାବ ହ‌ୋଇଛି। ବନ୍ଧୁକ ତିଆରି କାରଖାନା ବି ଠାବ ହୋଇଛି। ସୁକୁମା- ମାଲକାନଗିରି ସୀମାରୁ ଠାବ କରିଛନ୍ତି ଯବାନ। ଘଟଣାସ୍ଥଳରୁ ୨୧ଟି ଆଇଡି ଓ ବିଜିଏଲ ବୋମା ଜବତ ହୋଇଛି।ଏହାଛଡ଼ା ଜେନେରେଟର, ଲେଥ୍ ମେଶିନ ସାମଗ୍ରୀ, ବନ୍ଧୁକ ତିଆରି ସରଂଞ୍ଜାମ ଆଦି ମଧ୍ୟ ଜବତ ହ‌ୋଇଥିବାର ସୂଚନା ମିଳିଛି।ସୁକୁମା ଜିଲ୍ଲା ମେଟାଗୁଡା ଓ ଦୁଲେଡ ଜଙ୍ଗଲରୁ ଉପରୋକ୍ତ  ଜବତ ହୋଇଛି। କୁମ୍ବିଂ ଅପରେସନ ବେଳେ କୋବ୍ରା ଓ ସିଆରପିଏଫ୍ ଯବାନ ଜବତ କରିଛନ୍ତି।

    ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରୁ ବିପୁଳ ପରିମାଣର ବିସ୍ଫୋରକ ଓ ଅସ୍ତ୍ରଶସ୍ତ୍ର ତିଆରି ସାମଗ୍ରୀ ଜବତ କରାଯାଇଛି। ଗତକାଲି ନକ୍ସଲଙ୍କ ଉପସ୍ଥିତି ନେଇ ବିଶେଷ ସୁତ୍ରରୁ ଖବର ପାଇ ସିଆରପିଏଫ ଏବଂ କୋବ୍ରା ବାଟାଲିୟନର ପ୍ରାୟ ୭୦୦ରୁ ଉର୍ଦ୍ଧ୍ବ ଯବାନ ସୁକମା ଜିଲ୍ଲାର ମେଟାଗୁଡୁମ ଏବଂ ଦୁଲେର ମଧ୍ୟରେ ଥିବା ଜଙ୍ଗଲରେ ସର୍ଚ୍ଚ ଅପେରେସନ କରୁଥିଲେ। ନକ୍ସଲ ମେଟାଗୁଡୁମ ଠାରୁ ଦେଢ଼ କିଲୋମିଟର ଦୂରରେ ମାଓବାଦୀ ଲୁଚାଇ ରଖିଥିବା ୨୧ଟି ଲ୍ୟାଣ୍ଡମାଇନ,ବିଜିଏଲ ବୋମା,ବନ୍ଧୁକ ତିଆରି କରିବା ଯନ୍ତ୍ରପାତି,ଆଇଇଡି ୨୫୦ ଗ୍ରାମ ଜବତ କରିବା ସହ ଅସ୍ତ୍ରଶସ୍ତ୍ର ତିଆରି କରିବା ବିପୁଳ ସାମଗ୍ରୀ ମଧ୍ୟ ଜବତ କରିଥିଲେ। କୁକୁର ଏବଂ ବୋମା ନିଷ୍କ୍ରିୟ ଦଳର ସହଯୋଗ ଯୋଗୁଁ ଏହା ସଫଳ ହୋଇପାରିଥିବା ଅଧିକାରୀମାନେ କହିଛନ୍ତି। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ନକ୍ସଲ ଏଠାରେ ଏହି ବିସ୍ଫରକ ଓ ଅନ୍ୟ ଅସ୍ତ୍ରଶସ୍ତ୍ର ଲୁଚାଇ ରଖିଥିବା ଜଣାପଡିଛି। ନକ୍ସଲଙ୍କ ଏକ ବଡ଼ ଆକ୍ରମଣକୁ ଯବାନ ପଣ୍ଡ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    86 %
    1.6kmh
    4 %
    Mon
    25 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ