Saturday, September 19, 2026
24.7 C
Odisha

    କଙ୍ଗାରୁ କୋର୍ଟରେ ଝିଅର ନିର୍ଯାତନା ସହିନପାରି ଜୀବନ ହାରିଲେ ବାପା !, ଅଭିଯୋଗ ଆଣିଲେ ପରିବାର ଲୋକେ

    ଆଗକୁ ପଢନ୍ତୁ

    ଚାନ୍ଦବାଲି : ଝିଅକୁ କଙ୍ଗାରୁ କୋର୍ଟରେ ନିର୍ଯାତନା ସହିନପାରି ଜୀବନ ହାରିଲା ବାପା । ଭଦ୍ରକ ଜିଲ୍ଲା ବାଂଶଡା ଥାନା ଚଡଦିଆରୁ ଆସିଛି ଅଭିଯୋଗ । ଚଡଦିଆ ଗାଁର ଲମ୍ବଧର ତରାଇଙ୍କ ଝିଅ ଚୋରା ମଦ ବିକ୍ରି କରୁଥିବା ମହିଳାମାନେ ଖବର ପାଇଥିଲେ । ପ୍ରଥମେ ମହିଳା ମାନେ ଚୋରା ମଦ ବିକ୍ରି କରୁଥିବା ଦୋକାନକୁ ବାଡ଼େଇ ଭାଙ୍ଗିଥିଲେ । ପରେ ଲମ୍ବଧର ତରାଇଙ୍କ ଘରକୁ ଯାଇ ମାଡ଼ପିଟ କରିବା ସହ ଝିଅକୁ ବିଚ୍ ରାସ୍ତାରେ ଚଲାଇ ଚଳାଇ ଆଣି ମାର୍କେଟ ମଝିରେ ଛିଡା କରି ଜରିମାନା ବାବଦକୁ ୧ ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲେ ।

    ମଦ ବିକ୍ରି କରୁଥିବା ମହିଳା ଏବଂ ତାଙ୍କ ବାପା ଭୁଲ ମାଗିବା ପରେ ମଧ୍ୟ ସେମାନଙ୍କୁ ଛାଡ଼ିନଥିଲେ ଉତ୍ୟକ୍ତ ମହିଳା । ଶେଷରେ ୩୦ ହଜାର ଟଙ୍କା ଜରିମାନା ଦେବା ପାଇଁ କହିବାରୁ ମହିଳାଙ୍କୁ ଛାଡ଼ିଥିଲେ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ । ଏହି ନିର୍ଯାତନା ସହି ନପାରି ଗତକାଲି ରାତିରେ ବିଷ ପିଇ ଜୀବନ ହାରିଛନ୍ତି ମହିଳାଙ୍କ ବାପା ଲମ୍ବଧର ତରାଇ ବୋଲି ଅଭିଯୋଗ ହୋଇଛି । ତେବେ କଙ୍ଗାରୁ କୋର୍ଟ ପାଇଁ ଜୀବନ ଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.7 ° C
    24.7 °
    24.7 °
    88 %
    0.7kmh
    100 %
    Sat
    30 °
    Sun
    31 °
    Mon
    29 °
    Tue
    30 °
    Wed
    30 °

    ସମ୍ବନ୍ଧିତ