Monday, November 2, 2026
22.7 C
Odisha

    କଟକ ସିଡିଏ ସେକ୍ଟର-୧୦ରେ ଗ୍ୟାସ୍ ଲିକ୍‌ରୁ ଅଗ୍ନିକାଣ୍ଡ, ୪ଟି ସ୍ଥାନରେ ପିଏନ୍‌ଜି ପାଇପ୍‌ରୁ ଲିକ୍

    ଆଗକୁ ପଢନ୍ତୁ

    କଟକ : ସିଡିଏ ସେକ୍ଟର-୧୦ରେ ଗ୍ୟାସ୍ ଲିକ୍ ହୋଇ ଅଗ୍ନିକାଣ୍ଡ ଘଟିଛି । ପିଏନ୍‌ଜି ପାଇପ୍‌ରୁ ଗ୍ୟାସ ଲିକ ହେବା ପରେ ଲାଗିଥିଲା ନିଆଁ । ଗୋଟିଏ କି ଦୁଇଟି ନୁହେଁ, ବରଂ ୪ଟି ସ୍ଥାନରେ ପିଏନ୍‌ଜି ପାଇପ୍‌ ମାଧ୍ୟମରେ ଗ୍ୟାସ୍ ଲିକ୍ ହୋଇଥିବା ସୂଚନା ମିଳିଛି । ଘଟଣା ସମ୍ପର୍କରେ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ବିଡାନାସୀ ଅଗ୍ନିଶମ କେନ୍ଦ୍ରର କର୍ମଚାରୀ ।

    ଅଗ୍ନିଶମ କର୍ମଚାରୀମାନେ ତ୍ୱରିତ ପଦକ୍ଷେପ ନେଇ ନିଆଁକୁ ଆୟତ୍ତ କରିଥିଲେ। ତେବେ ଏହି ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ହୋଇନଥିବା ପ୍ରାଥମିକ ସୂଚନା ମିଳିଛି । ପିଏନ୍‌ଜି ପାଇପ୍‌ରୁ ଏକାଧିକ ସ୍ଥାନରେ ଗ୍ୟାସ୍ ଲିକ୍ ହେବା ଘଟଣାକୁ ନେଇ ଏବେ ସତର୍କତା ଜରୁରୀ। ତେବେ ଗ୍ୟାସ୍ ଲିକ୍‌ର ପ୍ରକୃତ କାରଣ କ’ଣ, ସେନେଇ ବିସ୍ତୃତ ତଥ୍ୟ ମିଳିନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.7 ° C
    22.7 °
    22.7 °
    93 %
    1.5kmh
    100 %
    Mon
    22 °
    Tue
    28 °
    Wed
    26 °
    Thu
    27 °
    Fri
    28 °

    ସମ୍ବନ୍ଧିତ