Tuesday, July 7, 2026
31.2 C
Odisha

    କମିଶନରେଟ ପୋଲିସ ହାତରେ ବାଇକ ଚୋର ଗ୍ୟାଙ୍ଗ, ୩ ଗିରଫ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : କମିଶନରେଟ ପୋଲିସ ହାତରେ ବାଇକ ଚୋର ଗ୍ୟାଙ୍ଗ । ରାଜଧାନୀରେ ମାତିଥିବା ବାଇକ ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ନୟାପଲ୍ଲୀ ଥାନା ପୋଲିସ । ୧୫ରୁ ଅଧିକ ଚୋରା ବାଇକ ଜବତ ।ଦିନ ଦ୍ୱିପହରରେ ସହରର ବିଭିନ୍ନ ସ୍ଥାନରେ ଘୁରି ବୁଲି ସୁବିଧା ଦେଖି ବାଇକ ଚୋରି କରୁଥିଲେ ଅଭିଯୁକ୍ତ । ସାଧାରଣ ଲୋକ ନୁହେଁ, ପୋଲିସ କର୍ମଚାରୀଙ୍କୁ ମଧ୍ୟ ଛାଡୁନଥିଲେ ଏହି ଗ୍ୟାଙ୍ଗ୍ । କିଛି ପୋଲିସ କର୍ମଚାରୀଙ୍କ ବାଇକ ମଧ୍ୟ ଚୋରି କରିଥିବା ଜଣାପଡିଛି । ଚୋରି ପରେ ଗାଡିର ନମ୍ବର ପ୍ଲେଟ ବଦଳାଇ ବାହାର ରାଜ୍ୟରେ ବିକ୍ରି କରୁଥିଲେ ଅଭିଯୁକ୍ତ ।

    ତେବେ ନୟାପଲ୍ଲୀ ଥାନା ପୋଲିସ ଚଢ଼ାଉ କରି ୩ ଜଣ ବାଇକ ଚୋରଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୧୫ରୁ ଅଧିକ ଚୋରା ବାଇକ ଜବତ କରାଯାଇଛି । ପ୍ରଥମେ ଚୋରୀ ପରେ ବଦଳାଇ ଦେଉଥିଲେ ଗାଡିର ନମ୍ବର ପ୍ଲେଟ ଓ ଚେଚିସ । ଡୁପ୍ଲିକେଟ ଚାବି ବ୍ୟବହାର କରି ବାଇକ ଚୋରି କରି, ନକଲି ଆରସି ମଧ୍ୟ କରୁଥିଲେ ପ୍ରସ୍ତୁତ I ପରେ ଏକ ଗ୍ୟାରେଜକୁ ନେଇ ସବୁକିଛି ଵଦଳାଉଥିଲେ। ୩ ଅଭିଯୁକ୍ତ ଆକାଶ ପ୍ରଧାନ,ରତ୍ନାକର ସାହୁ ଓ ବୁଦ୍ଧିବାମନ ସାହୁଙ୍କୁ ଗିରଫ କରିଛି ପୋଲିସ । ଆକାଶ ଓ ରତ୍ନାକର ଚୋରି କରୁଥିବା ବେଳେ ଏମାନଙ୍କ ନାଁରେ ରହିଛି ୩୦ରୁ ଉର୍ଦ୍ଧ୍ୱ ମାମଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31.2 ° C
    31.2 °
    31.2 °
    66 %
    3.8kmh
    79 %
    Tue
    31 °
    Wed
    31 °
    Thu
    32 °
    Fri
    29 °
    Sat
    26 °

    ସମ୍ବନ୍ଧିତ