Wednesday, October 14, 2026
28.3 C
Odisha

    ଗୋଡ଼ର ଅସ୍ତ୍ରୋପଚାର ପରେ ହସ୍ପିଟାଲ ୱାର୍ଡକୁ କାାର୍ଯ୍ୟାଳୟ କଲେ ଜିଲ୍ଲା ସଭାପତି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କାନପୁରରେ ବିଜେପି ଜିଲ୍ଲା ସଭାପତି ଅନିଲ ଦୀକ୍ଷିତଙ୍କ ଏକ ଫଟୋ ଚର୍ଚ୍ଚାରେ ରହିଛି। ଅନିଲ ଦୀକ୍ଷିତଙ୍କୁ ନିକଟରେ କାନପୁର ଉତ୍ତରର ଜିଲ୍ଲା ସଭାପତି ଭାବରେ ନିଯୁକ୍ତ କରାଯାଇଥିଲା । ଏହି ନିଯୁକ୍ତିର ମାତ୍ର ଗୋଟିଏ ଦିନ ପରେ ସେ ଘରର ଶିଢ଼ିରୁ ଖସି ପଡ଼ି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଯେଉଁ କାରଣରୁ ତାଙ୍କ ଗୋଡ ଭାଙ୍ଗି ଯାଇଥିଲା। ଚିକିତ୍ସା ପାଇଁ ତାଙ୍କୁ କାନପୁରର ବେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିଥିଲା। ସେଠାରେ ତାଙ୍କର ଗୋଡ଼ର ଅସ୍ତ୍ରୋପଚାର କରାଯାଇଛି। ତେଣୁ ଅନିଲ ହସ୍ପିଟାଲରେ ହିଁ ଭର୍ତ୍ତି ରହିଛନ୍ତି। ଏଭଳି ସମୟରେ ସେ କାମରେ ଅବହେଳା କରିବାକୁ ଉଚିତ ଭାବି ନଥିଲେ। ଦଳୀୟ କାର୍ଯ୍ୟ କରିବା ପାଇଁ ଅନିଲ ଦୀକ୍ଷିତ ହସ୍ପିଟାଲ ୱାର୍ଡକୁ କାର୍ଯ୍ୟାଳୟରେ ପରିଣତ କରିଥିଲେ। ଏଥିପାଇଁ ସେ ତାଙ୍କ ପଛରେ ଏକ ଦଳୀୟ ବ୍ୟାନର ଲଗାଇ ଦଳୀୟକର୍ମୀଙ୍କ ସହିତ ବୈଠକ କରିବା ଆରମ୍ଭ କରିଥିଲେ। ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ ଅନିଲ ଦୀକ୍ଷିତଙ୍କୁ ଆଗାମୀ ଦୁଇ ଦିନ ପରେ ଘରକୁ ଡିସଚାର୍ଜ କରି ଦିଆଯିବ। ଘରେ ଅଧିକ କାମ ନକରି ଡାକ୍ତର ତାଙ୍କୁ ବିଶ୍ରାମ ନେବା ପାଇଁ ପରାମର୍ଶ ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.3 ° C
    28.3 °
    28.3 °
    70 %
    2.5kmh
    41 %
    Wed
    28 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ