Sunday, May 24, 2026
35.4 C
Odisha

    କାର୍ କିଣିବା ପୂର୍ବରୁ କରନ୍ତୁ ଏହି ସବୁ ଟେଷ୍ଟ, ନଚେତ୍ ଭୋଗିପାରନ୍ତି ବଡ଼ ସମସ୍ୟା

    ଆଗକୁ ପଢନ୍ତୁ

    ନୂଆ ଗାଡ଼ି କିଣିବା ଗୋଟେ ବଡ଼ ସ୍ବପ୍ନ ହୋଇଥାଏ । କିନ୍ତୁ ଲୋକ କେବଳ ଗାଡ଼ିର ଶୋ ରୁମ୍ ଏବଂ ସେଲସମ୍ୟାନଙ୍କ ମିଠା ମିଠା କଥା ଶୁଣି ତରବରରେ ନିଷ୍ପତ୍ତି ନେଇଯାଆନ୍ତି । ହେଲେ ପରେ ଅନେକ ସମସ୍ୟା ଭୋଗିଥାନ୍ତି । ଏହି କାରଣରୁ ଆପଣ ଯେଉଁ ଗାଡ଼ି ଆଣିବାକୁ ଚାହୁଁଛନ୍ତି, ପ୍ରଥମେ ସମସ୍ତ ପ୍ରକାରର ଟେଷ୍ଟ କରନ୍ତୁ । ଯଦି ଆପଣ ସେହି ଟେଷ୍ଟରେ ସାଟିସଫାଏ ହେଲେ ତେବେ ତାହାକୁ ଆଣନ୍ତୁ । ତେବେ ଆସନ୍ତୁ ଜାଣିବା ଗାଡ଼ି କିଣିବାବେଳେ ପ୍ରଥମେ କେଉଁ ଟେଷ୍ଟ କରାଯାଏ ।

    ୧) ସିଟ୍:
    ପ୍ରଥମେ ଦେଖିବା କାରର ସିଟ୍ । ଏହା ଆମକୁ କେତେ ଆରାମ ପ୍ରଦାନ କରିବ । ସିଟ୍‌ରେ ବସିବା ମାତ୍ରେ, ଏହା ନିଶ୍ଚିତ କରିବା ଗୁରୁତ୍ୱପୂର୍ଣ୍ଣ ଯେ ଆପଣ ଦୀର୍ଘ ସମୟ ଧରି ଡ୍ରାଇଭ୍ କରିବା ପରେ କ୍ଳାନ୍ତ ଯେପରି ନ ହୁଅନ୍ତି । ଷ୍ଟିଅରିଂ କମ୍ପଫର୍ଟ, ପର୍ପର ପେଡାଲ୍ ଆକ୍ସେସ୍ ଏବଂ ସିଟ୍ ଆଡଜଷ୍ଟମେଣ୍ଟ୍ ଆପଣଙ୍କ ଦୈନନ୍ଦିନ ଡ୍ରାଇଭିଂ ଏକ୍ସପେରିୟନ୍ସକୁ ଗୁରୁତ୍ୱପୂର୍ଣ୍ଣ ଭାବରେ ପ୍ରଭାବିତ କରେ । ଯଦି ସିଟ୍ ଏକ୍ସପେରିୟନ୍ସ ଆରାମଦାୟକ ନୁହେଁ, ତେବେ ଏହା ଆହୁରି ସମସ୍ୟା ସୃଷ୍ଟି କରିପାରେ ।

    ୨) ଇଞ୍ଜିନ୍ ପରଫରମାନ୍ସ:
    ଦିତ୍ବୀୟରେ ଦେଖିବା ଇଞ୍ଜିନ୍ ପରଫରମାନ୍ସ । ଟେଷ୍ଟ ଡ୍ରାଇଭ୍ ସମୟରେ ଇଞ୍ଜିନ୍ ପରଫରମାନ୍ସକୁ ମଧ୍ୟ ସତର୍କତାର ସହ ତଦାରଖ କରାଯିବା ଉଚିତ । ସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି- ସ୍ମୁଥ୍ ଆସିଲାରେସନ୍, ଟ୍ରାଫିକ୍ ମଧ୍ୟରେ ଇଞ୍ଜିନ୍ ଝଟ୍ କାଏ କି ନାହିଁ ଏବଂ ଓଭରଟେକିଂ ସମୟରେ ଏହା କେତେ ରେସପନସିଭ୍ । ଏହା ଉପରେ ଗୁରୁତ୍ବ ଦେବା ନିହାତି ଆବଶ୍ୟକ । କେବଳ ହାଇୱେରେ ନୁହେଁ ବରଂ ଭିଡ଼ ଥିବା ରାସ୍ତାରେ କାର ଚଲାଇ ଦେଖିବା ମଧ୍ୟ ବହୁତ୍ ଭଲ ହୋଇଥାଏ ।

    ୩) ବ୍ରେକିଂ ଏବଂ ଷ୍ଟିଅରିଂ କ୍ବାଲିଟି:
    ବ୍ରେକିଂ ଏବଂ ଷ୍ଟିଅରିଂ ର ଫିଲ୍ ମଧ୍ୟ କରର କ୍ବାଲିଟି ଉପରେ ନିର୍ଭର କରେ । ଯଦି ଷ୍ଟିଅରିଂ ଅତ୍ୟଧିକ ଭାରୀ କିମ୍ବା ଅତ୍ୟଧିକ ହାଲୁକା ଅନୁଭବ ହୁଏ, ତେବେ ଗାଡ଼ି ଚଲାଇବାର ଶାହସ କମିଯାଏ । ବ୍ରେକ୍ ମାରିବା ସମୟରେ କାରର ବାଲାନ୍ସ ଏବଂ କଣ୍ଟ୍ରୋଲ ଯାଞ୍ଚ କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଏଥିସହ ଯଦି କାରରେ କିଛି ସାଉଣ୍ଡ ଆସୁଛି, ଏହାକୁ କେବେହେଲେ ଅଣଦେଖା କରାଯିବା ଉଚିତ୍ ନୁହେଁ ।

    ୪) ସସପେନସନ୍ ଚେକ୍:
    ସସପେନସନ ଟେଷ୍ଟ କରିବା ପାଇଁ, କାରକୁ ଖରାପ ରାସ୍ତା ଏବଂ ସ୍ପିଡ୍ ବ୍ରେକରରେ ଚଲାଇ ଦେଖନ୍ତୁ । ଭଲ ସସପେନସନ ଥିବା କାର ଆଘାତକୁ ଯଥେଷ୍ଟ ହ୍ରାସ କରେ ଏବଂ ଅଧିକ ଆରାମଦାୟକ ଲାଗିଥାଏ । ଏହାକୁ ଭାରତୀୟ ରାସ୍ତାରେ ଏକ ଗୁରୁତ୍ୱପୂର୍ଣ୍ଣ ଫିଚର୍ସ ଭାବରେ ବିବେଚନା କରାଯାଏ ।

    ୫) କନେକ୍ଟିଭିଟି ଫିଚର୍ସର ବ୍ୟବହାର:
    ଏହା ସହିତ, ଭିଜିବିଲିଟି, ବ୍ଲାଇଣ୍ଡ ସ୍ପଟ୍ ଏବଂ କ୍ୟାବିନ୍ ପରିଷ୍କାରକରଣ ଚେକ୍ କରିବା ଗୁରୁତ୍ୱପୂର୍ଣ୍ଣ । ଡ୍ରାଇଭରଙ୍କ ସିଟ୍ ଚାରିପାଖରୁ ସବୁ କ୍ଲିୟର ଦେଖାଯିବ ଉଚିତ୍ । ଏହା ସହିତ, କ୍ୟାବିନ୍ ଭିତରକୁ କେତେ ବାହାର ସାଉଣ୍ଡ ପ୍ରବେଶ କରୁଛି ତାହା ଟେଷ୍ଟ କରିବା ପାଇଁ ଝରକା ବନ୍ଦ କରନ୍ତୁ । ଶେଷରେ, ଟଚସ୍କ୍ରିନ୍, ଏସି, କ୍ୟାମେରା, ସ୍ପିକର ଏବଂ କନେକ୍ଟିଭିଟି ଫିଚର୍ସଗୁଡ଼ିକୁ ନିଜେ ବ୍ୟବହାର କରି ଦେଖନ୍ତୁ । ପ୍ରାୟତଃ, କାଗଜରେ ଭଲ ଦେଖାଯାଉଥିବା ଫିଚର୍ସଗୁଡ଼ିକ ପ୍ରକୃତ ବ୍ୟବହାରରେ ସେତେ ଭଲ ପ୍ରମାଣିତ ହୋଇନଥାଏ । ତେବେ ଯଦି ଆପଣ କେବେ ଗାଡ଼ି କିଣିବାକୁ ପ୍ଲାନ୍ କରୁଛନ୍ତି, ଏହି ସବୁ କଥାକୁ ଧ୍ୟାନରେ ରଖି ଗାଡ଼ି କିଣନ୍ତୁ ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.4 ° C
    35.4 °
    35.4 °
    25 %
    1kmh
    0 %
    Sun
    45 °
    Mon
    45 °
    Tue
    46 °
    Wed
    46 °
    Thu
    46 °

    ସମ୍ବନ୍ଧିତ