Saturday, May 23, 2026
34.6 C
Odisha

    ଆସନ୍ତା କାଲିଠୁ ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା ସ୍ଥଗିତ, ପୁଣି ଜୁନ୍ ମାସରୁ ଆରମ୍ଭ

    ଆଗକୁ ପଢନ୍ତୁ

    ପୁରୀ : ଆସନ୍ତା କାଲିଠୁ ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା ସ୍ଥଗିତ । ଜୁନ୍ ମାସରେ ପୁଣି ଗଣତିମଣତି ଆରମ୍ଭ ପାଇଁ ସ୍ଥିର କରାଯାଇଛି । ଏନେଇ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ଅରବିନ୍ଦ ପାଢୀଙ୍କ ସୂଚନା । ବର୍ତ୍ତମାନର ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ, ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଏବଂ ମହାପ୍ରଭୁଙ୍କ ଆଗାମୀ ପର୍ବପର୍ବାଣୀ, ବିଶେଷକରି ସ୍ନାନ ପୂର୍ଣ୍ଣିମା ଓ ଘୋଷଯାତ୍ରାକୁ ଦୃଷ୍ଟିରେ ରଖି, ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି । ଆସନ୍ତା ସପ୍ତାହରୁ ଛତିଶା ନିଯୋଗ ଓ ପରିଚାଳନା କମିଟିର ବୈଠକଗୁଡ଼ିକ କ୍ରମାଗତ ଭାବେ ଆୟୋଜିତ ହେବ । ଉପରୋକ୍ତ ପରିପ୍ରେକ୍ଷୀରେ, ଆସନ୍ତାକାଲିଠାରୁ ଗଣତି କାର୍ଯ୍ୟକୁ ସ୍ଥଗିତ ରଖି ପୁଣି ଜୁନ୍ ମାସରେ ପୁନର୍ବାର ଆରମ୍ଭ କରିବାକୁ ସ୍ଥିର କରାଯାଇଛି।

    ରତ୍ନଭଣ୍ଡାର ଗଣତି ପ୍ରକ୍ରିୟା ଆମ ସମସ୍ତଙ୍କ ପାଇଁ ଏକ ଦିବ୍ୟ ଅନୁଭୂତି। ମହାପ୍ରଭୁଙ୍କ ଅଶେଷ କୃପା ଓ ଆଶୀର୍ବାଦରୁ ସମଗ୍ର ପ୍ରକ୍ରିୟା ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁଯାୟୀ, ସୁଚାରୁ ତଥା ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହିତ ଆଗେଇ ଚାଲିଛି। ଗଜପତି ମହାରାଜାଙ୍କ ମାର୍ଗଦର୍ଶନ, ଉଚ୍ଚସ୍ତରୀୟ ଓ ପରିଚାଳନା କମିଟିର ପରାମର୍ଶ, ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ସାଥୀଅଧିକାରୀ ଏବଂ ବିଶେଷକରି ସେବକବନ୍ଧୁମାନଙ୍କ ଅକୁଣ୍ଠ ସହଯୋଗ ଯୋଗୁଁ ଏହା ସମ୍ଭବ ହୋଇପାରୁଛି।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    34.6 ° C
    34.6 °
    34.6 °
    17 %
    2.7kmh
    98 %
    Sat
    32 °
    Sun
    45 °
    Mon
    45 °
    Tue
    45 °
    Wed
    46 °

    ସମ୍ବନ୍ଧିତ