Sunday, October 18, 2026
24 C
Odisha

    କାହିଁକି ହୋଇଥାଏ ଅକାଳ ମୃତ୍ୟୁ ? କାରଣ ଜାଣିବା ପାଇଁ ପଢ଼ନ୍ତୁ ଗରୁଡ଼ ପୁରାଣ

    ଆଗକୁ ପଢନ୍ତୁ

    ଗରୁଡ଼ ପୁରାଣରେ ଜୀବନ, ମୃତ୍ୟୁ, ପାପ, ପୂଣ୍ୟ ଏବଂ କର୍ମ ଭଳି ଜିନିଷ ବିଷୟରେ ବିସ୍ତାରରେ କୁହାଯାଇଛି । ଯଦି କୌଣସି ବ୍ୟକ୍ତି ଗରୁଡ଼ ପୁରାଣରେ କୁହାଯାଇଥିବା କଥାନୁସାରେ ଜୀବନକୁ ଅନୁସରଣ କରନ୍ତି ତେବେ ତାଙ୍କ ବର୍ତ୍ତମାନ ଜୀବନ ସହ ଆଗାମୀ ଜନ୍ମ ମଧ୍ୟ ଖୁସିରେ କଟିଥାଏ । ଧର୍ମ-ଅଧର୍ମକୁ ନେଇ ଗରୁଡ଼ ପୁରାଣରେ ଅନେକ ମହତ୍ତ୍ୱପୂର୍ଣ୍ଣ କଥା କୁହାଯାଇଛି । ଯାହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡ଼ିଥାଏ । ତେବେ ଆସନ୍ତୁ ଜାଣିବା ଅକାଳ ମୃତ୍ୟୁ କଣ ।

    ଯେତେବେଳେ ଜଣେ ବ୍ୟକ୍ତି ନିଜର ଜୀବନ କାଳ ଶେଷ ହେବା ପରେ ସାଧାରଣ ଢଙ୍ଗରେ ମରିଯାଏ, ଏହାକୁ ସାଧାରଣ ମୃତ୍ୟୁ କୁହାଯାଏ । କିନ୍ତୁ ଯେଉଁଠାରେ ଦୁର୍ଘଟଣା, ରୋଗ ଏବଂ ହତ୍ୟା ଭଳି କାରଣରୁ ଲୋକଙ୍କର ମୃତ୍ୟୁ ହୁଏ ତାକୁ ଅକାଳ ମୃତ୍ୟୁ କୁହାଯାଏ । ଅକାଳ ମୃତ୍ୟୁ ସହ ଜଡିତ ଅନେକ ରହସ୍ୟ ଗରୁଡ ପୁରାଣରେ କୁହାଯାଇଛି । ଯେପରି- ଅକାଳ ମୃତ୍ୟୁ କାହିଁକି ହୁଏ , ଏହା ପଛରେ କଣ କାରଣ ଅଛି । ଏହା ବ୍ୟତୀତ ଅକାଳ ମୃତ୍ୟୁ ପରେ ଆତ୍ମାର କର୍ମ ଉପରେ ନିର୍ଭର କରି ସ୍ୱର୍ଗ କିମ୍ବା ନର୍କର ଶିକାର ହେବାକୁ ପଡିଥାଏ, ସେ ବିଷୟରେ ମଧ୍ୟ ଗରୁଡ଼ ପୁରାଣରେ କୁହାଯାଇଛି ।

    ଅକାଳ ମୃତ୍ୟୁର କାରଣ :
    ଗରୁଡ ପୁରାଣ ଅନୁଯାୟୀ ଅନେକ ଲୋକ ଧର୍ମକୁ ଅନୁସରଣ କରନ୍ତି ନାହିଁ କିମ୍ବା ଧର୍ମର ପଥରେ ଚାଲି ନଥାନ୍ତି । ଏହା ବ୍ୟତୀତ ସେମାନଙ୍କର ମନ୍ଦ କାର୍ଯ୍ୟ ସେମାନଙ୍କ ଜୀବନ ସହିତ ମୃତ୍ୟୁ ପରେ ତାଙ୍କ ଆତ୍ମାକୁ ପ୍ରଭାବିତ କରିଥାଏ । ଏହିପରି ଲୋକଙ୍କୁ ଅକାଳ ମୃତ୍ୟୁର ସାମ୍ନା କରିବାକୁ ପଡିଥାଏ । ପୂର୍ବ ଜନ୍ମର କର୍ମଫଳ ମଧ୍ୟ ଅକାଳ ମୃତ୍ୟୁର କାରଣ ହୋଇପାରେ । ଜଣେ ବ୍ୟକ୍ତିର ଖରାପ କାର୍ଯ୍ୟ ତାର ଆୟୁଷକୁ କମ୍‌ କରିଥାଏ । ଏହା ବ୍ୟତୀତ ଗରୁଡ ପୁରାଣ ଅନୁଯାୟୀ ପାପ କରିବା, ଅସଦାଚରଣ, ମହିଳାଙ୍କୁ ଶୋଷଣ କରିବା ଏବଂ ଅପମାନ କରିବା, ମିଥ୍ୟା କହିବା, ଦୁର୍ନୀତି କରିବା ମଧ୍ୟ ଅକାଳ ମୃତ୍ୟୁର କାରଣ ହୋଇଥାଏ । ଯେଉଁମାନେ ଅନେକ ପାପ କରନ୍ତି ସେମାନେ ଅକାଳ ମୃତ୍ୟୁର ସାମ୍ନା କରନ୍ତି ।

    ଅକାଳ ମୃତ୍ୟୁ ପରେ ଆତ୍ମା କୁଆଡେ ଯାଏ ?
    ଗରୁଡ ପୁରାଣ ଅନୁଯାୟୀ ଯେଉଁମାନଙ୍କର ଅକାଳ ମୃତ୍ୟୁ ହୁଏ ସେମାନେ ନିଜର ଆବଶ୍ୟକତା ପୂରଣ କରିବା ପାଇଁ ଅନ୍ଧାରରେ ବୁଲିଥାନ୍ତି । ଏହିପରି ଆତ୍ମା ଭୂତ ପ୍ରେତ ହୋଇଯାନ୍ତି । ଅନେକ ଥର ଅକାଳ ମୃତ୍ୟୁରେ ମରିଥିବା ଲୋକର ଆତ୍ମା ନିଜ ଇଚ୍ଛା ପୂରଣ କରିବା ପାଇଁ ନିଜ ଆଖପାଖର ଲୋକଙ୍କୁ କଷ୍ଟ ଦେବା ଆରମ୍ଭ କରନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24 ° C
    24 °
    24 °
    86 %
    0.3kmh
    100 %
    Sun
    30 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ