Friday, April 3, 2026
39.1 C
Odisha

    କେନ୍ଦୁଝରରୁ ଅଯୋଧ୍ୟାକୁ ଗଡ଼ିଲା ସ୍ୱତନ୍ତ୍ର ବସ୍‌‌

    ଆଗକୁ ପଢନ୍ତୁ

    କେନ୍ଦୁଝର : ମହାକୁମ୍ଭ ମେଳା ପରିପ୍ରେକ୍ଷୀରେ କେନ୍ଦୁଝରରୁ ଅଯୋଧ୍ୟାକୁ ଆଜି ପୂର୍ବାହ୍ନ ୯ଟାରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ବସ୍‌‌ ସେବା। ରାଜ୍ୟ ସରକାର ଏବଂ ବାଣିଜ୍ୟ ଓ ପରିବହନ ବିଭାଗ ମିଳିତ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ଏହି ବସ୍‌‌ରେ ପ୍ରଥମ ଦିନରେ ୫୦ଜଣ ଯାତ୍ରୀଙ୍କ ସହ ୨ଜଣ ଚାଳକ ଓ ପରିବହନ ବିଭାଗର ୨ଜଣ କର୍ମଚାରୀ ଗାଇଡ୍‌ ଭାବେ ଯାତ୍ରାରମ୍ଭ କରିଥିବା କେନ୍ଦୁଝର ଡିଟିଏମ୍‌‌ ଗୌରବ ଜେନା କହିଛନ୍ତି। ଏହି ବସ୍‌‌ କେନ୍ଦୁଝରରୁ ସକାଳ ୯ଟାରୁ ଯାତ୍ରା ଆରମ୍ଭ କରି ବାରାଣସୀ, ପ୍ରୟାଗରାଜ ଦେଇ ଅଯୋଧ୍ୟାରେ ୨୪ଘଣ୍ଟାରେ ପହଞ୍ଚିବା ପରେ ପୁଣି ସକାଳ ୯ଟାରୁ ଅଯୋଧ୍ୟାରୁ ବାହାରି ଆସନ୍ତା ୩୧ ତାରିଖ ସକାଳ ୯ଘଟିକାରେ କେନ୍ଦୁଝରରେ ପହଞ୍ଚିବ ବୋଲି ଗୌରବ ଜେନା କହିଛନ୍ତି। ପୁରୁଷ ଯାତ୍ରୀ ପ୍ରତି ୫୬୬୮ଟଙ୍କା ଏବଂ ମହିଳା ଯାତ୍ରୀ ପ୍ରତି ୩୬୮୮ଟଙ୍କା ଭଡ଼ା ମୂଲ୍ୟ ଦେବାକୁ ପଡୁଥିବାବେଳେ ପରିବହନ ବିଭାଗ ପକ୍ଷରୁ ସମସ୍ତ ଯାତ୍ରୀଙ୍କ ପାଇଁ ସକାଳବେଳା ଜଳପାନ ସହ ମଧ୍ୟାହ୍ନଭୋଜନ ଓ ରାତ୍ରିଭୋଜନ ମଧ୍ୟ ମାଗଣାରେ ଯୋଗାଇ ଦିଆଯିବ ବୋଲି ଡିଟିଏମ୍‌‌ ଗୌରବ ଜେନା କହିଛନ୍ତି।ଏହି ସ୍ୱତନ୍ତ୍ର ବସ୍‌‌ ଆସନ୍ତା ଫେବୃୟାରୀ ୨, ୧୦, ୧୭ ଓ ୨୪ ତାରିଖରେ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିବାକୁ ଥିବାବେଳେ ଅନ୍‌‌ଲାଇନ ମାଧ୍ୟମରେ ଯାତ୍ରୀ ସେମାନଙ୍କ ଟିକେଟ୍‌‌ ବୁକିଂ କରିବାକୁ କୁହାଯାଇଛି। ଏହି ଉପଲକ୍ଷେ ସରକାରୀ ବସ୍‌‌ଷ୍ଟାଣ୍ଡ ପରିସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଆଲୋକ କୁମାର ପ୍ରଧାନ ଏବଂ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ କୁମାର ନାଗଭୂଷଣ ଅତିଥି ଭାବେ ଯୋଗଦେଇ ପତାକା ଦେଖାଇ ବସ୍‌‌ ସେବା ଶୁଭାରମ୍ଭ କରିବା ସହ ସମସ୍ତ ଯାତ୍ରୀଙ୍କ ମଙ୍ଗଳମୟ ଯାତ୍ରା କାମନା କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.1 ° C
    39.1 °
    39.1 °
    16 %
    4.5kmh
    41 %
    Fri
    38 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ