Sunday, March 29, 2026
31.5 C
Odisha

    କେନ୍ଦୁପତ୍ର କଣ୍ଟ୍ରାକ୍ଟରଙ୍କୁ ନକ୍ସଲଙ୍କ ଚେତାବନୀ: ଶ୍ରମିକଙ୍କ ଟଂକା ହଡପ କଲେ ଭୋଗିବ ଦଣ୍ଡ

    ଆଗକୁ ପଢନ୍ତୁ

    ମାଲକାନଗିରି: ଭଦ୍ରାଦ୍ରୀ କୋଥାଗୁଡେମ୍-ଆଲୁରୀ ସୀତାରାମ ରାଜୁ ଡିଭିଜନ୍ କମିଟି (ବିକେଏଏସଆରଡି)ଚିନ୍ତୁର ମାଣ୍ଡାଲ୍ ଇଡୁଗାଲାପାଲ୍ଲୀ କେନ୍ଦୁପତ୍ର କଣ୍ଟ୍ରାକ୍ଟର ପିଙ୍ଗାଲି ସଂପଥ ରେଡ୍ଡୀ ଲୋକମାନଙ୍କୁ ପ୍ରତାରଣା କରିଛନ୍ତି ବୋଲି ମଙ୍ଗଳବାର ପ୍ରେସ ବିବୃତ୍ତିରେ ସଂଗଠନ କହିଛି।ଲୋକମାନେ କେନ୍ଦୁପତ୍ର କଣ୍ଟ୍ରାକ୍ଟରକୁ କ୍ଷମା କରିବେ ନାହିଁ।କଣ୍ଟ୍ରାକ୍ଟର ଯେଉଁ ଶ୍ରମିକମାନଙ୍କୁ କେନ୍ଦୁପତ୍ର ଖରିଦ କରିଛନ୍ତି ସେମାନଙ୍କୁ ସଂପୂର୍ଣ୍ଣ ମଜୁରୀ ଦେଇନାହାଁନ୍ତି।

    ଚୁକ୍ତିନାମା ଅନୁଯାୟୀ, କେନ୍ଦୁପତ୍ର ତୋଳାଳିଙ୍କୁ ସରକାରଙ୍କର ଯାହା ନିୟମ ରହିଛି ତାକଂ ସେ ଉଲ୍ଲଂଘନ କରିଥିଲେ ଏବଂ କମ୍ ମୂଲ୍ୟରେ ଶ୍ରମିକମାନଙ୍କଠାରୁ କେନ୍ଦୁପତ୍ର ସଂଗ୍ରହ କରିବାକୁ ଚେଷ୍ଟା କରିଥିଲେ। ସେ ନିଜ ଇଚ୍ଛାନୁସାରେ ଏହି ଅଂଚଳରେ କେନ୍ଦୁପତ୍ର ଖରିଦ କରି ଅନ୍ୟାନ୍ୟ କାର୍ଯ୍ୟ କରିବା ସହ ଶ୍ରମିକମାନଙ୍କୁ ଦିଆଯିବାକୁ ଥିବା ଅର୍ଥକୁ ହରିଲୁଟ କରି ବିପୁଳ ପରିମାଣର ଲାଭ ପାଇଥିଲେ।ନିଜର ପ୍ରତିଷ୍ଠାକୁ ଏହି ଅଂଚଳରେ ବ୍ୟବହାର କରି ସେ ସରକାର ଏବଂ ପୁଲିସର ସାହାଯ୍ୟରେ ନିରୀହ ଗରିବ ଲୋକଙ୍କୁ ପ୍ରତାରଣା କରିବାକୁ ବହୁତ ଚେଷ୍ଟା କରିଥିଲେ। ସେ ଆଦିବାସୀ ମହିଳାମାନଙ୍କୁ ଅସଦାଚରଣ କରିବାକୁ ଚେଷ୍ଟା କରିଥିଲେ। ସେ ଶ୍ରମିକମାନଙ୍କୁ ଟଙ୍କା ମାଗିଲେ ଗୁଣ୍ଡାଗିରି କରି ଭୟଭୀତ କରିବାକୁ ଚେଷ୍ଟା କରିଥିଲେ।ଏଥିପାଇଁ, ଲୋକଙ୍କ ଇଚ୍ଛା ଅନୁଯାୟୀ, କଣ୍ଟ୍ରାକ୍ଟରକୁ ସଂଗୃହିତ କେନ୍ଦୁପତ୍ର ଗୋଦାମକୁ ଜାଳିବାକୁ ପଡିଲା ବୋଲି ନକ୍ସଲ ତରଫରୁ କୁହାଯଆଇଛି।ଆମେ ଚେତାବନୀ ଦେଇଛୁ ଯେ ଭବିଷ୍ୟତରେ ପିଙ୍ଗଲି ସଂପଥ ରେଡ୍ଡୀଙ୍କ ପରି କଣ୍ଟ୍ରାକ୍ଟରମାନେ ଯଦି ଏଜେନ୍ସିରେ ପତ୍ର ସଂଗ୍ରହ କରିବାକୁ ଆସନ୍ତି ତେବେ ଜନସାଧାରଣ ସେମାନଙ୍କୁ ଦଣ୍ଡିତ କରିବେ ବୋଲି ସଂଗଠନର ସଚିବ ଆଜାଦ ପ୍ରେସ ବିବୃତ୍ତିରେ ପ୍ରକାଶ କରିଛନ୍ତି।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.5 ° C
    31.5 °
    31.5 °
    19 %
    1.7kmh
    0 %
    Sun
    34 °
    Mon
    40 °
    Tue
    38 °
    Wed
    39 °
    Thu
    41 °

    ସମ୍ବନ୍ଧିତ